ଜଟିଳ ମାଂସପେଶୀ ରୋଗର ଚିକିତ୍ସା ପାଇଁ ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ଦିବ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ ଡିଏମଡି ପୀଡିତ ଅଛନ୍ତି । ସେମାନଙ୍କ ଉତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଉପରୋକ୍ତ ତିନି ଜଣ ରୋଗୀଙ୍କୁ ପ୍ରତ୍ୟେକ ଏକକାଳୀନ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ ଯେ ଡିଏମଡି ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଅଟେ ।

Leave a Reply

Your email address will not be published. Required fields are marked *