ଅଜଣା ରୋଗରେ ଶିଶୁ ମୃତ

Spread the love

କଳାହାଣ୍ଡି ଜିଲ୍ଲା ଥୁଆମୂଳ- ରାମପୁର ବ୍ଲକରେ ଅଜଣା ରୋଗ ଆତଙ୍କ । ଅଜଣା ରୋଗରେ ଜଣେ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ତେବେ ଶିଶୁଟିର ମୃତ୍ୟୁ କିପରି ହେଲା ତାହା ଏଯାଏଁ ସ୍ପଷ୍ଟ ଜଣାପଡି ନାହଁ । ଘଟଣାସ୍ଥଳରେ ମେଡିକାଲ ଟିମ ପହଞ୍ଚି ଗାଁର ପାଣି, ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇଛନ୍ତି। ୧୪ଜଣିଆ ମେଡିକାଲ ଟିମ ପ୍ରଭାବିତ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଗୋଷ୍ଠୀସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *