ମନ୍ଦିରରେ ପ୍ରସାଦ ଖାଇ ଓଡ଼ିଆ ଯବାନଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ବରୈଲିରେ ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଛି। ମନ୍ଦିରରେ ପ୍ରସାଦ ଖାଇ ଯବାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ସହୀଦ ଯବାନ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁର ସନ୍ତୋଷ କୁମାର ବେହେରା। ସୂଚନା ଅନୁଯାୟୀ, ଗତ ଶନିବାର ଦିନ ବରୈଲିରେ ଏକ ମନ୍ଦିରରେ ଯବାନମାନେ ପ୍ରସାଦ ଖାଇବା ପରେ ସେମାନଙ୍କ ମଧ୍ୟରୁ ୨୨ ଜଣ ଯବାନ ଅସୁସ୍ଥ ହୋଇଥିଲେ। ଫଳରେ ଚିକିତ୍ସିତ ଅବସ୍ଥାରେ ଓଡ଼ିଆ ଯବାନ ସନ୍ତୋଷଙ୍କର ମୃତ୍ୟୁ ଘଟିଛି । ସନ୍ତୋଷ ୨୦୦୬ ମସିହାରେ ସେନାରେ ଯୋଗ ଦେଇଥିଲେ। ବାପା ହାଡିବନ୍ଧୁ ବେହେରା ଓ ମାଆ ପିତା ବେହେରାଙ୍କର ବଡ଼ ପୁଅ ହେଉଛନ୍ତି ସନ୍ତୋଷ। ତେବେ ତାଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି ସମ୍ପୂର୍ଣ୍ଣ ପରିବାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *