ଜଗନ୍ନାଥ ସାଗର ପୁନରୁଦ୍ଧାର କାଯ୍ୟର ସମିକ୍ଷା କଲେ ଜିଲ୍ଲାପାଳ

Spread the love

ଜୟପୁର : ଜୟପୁର ଜଗନ୍ନାଥ ସାଗରର ଜଳ ନିଷ୍କାସନ ସହିତ ପୁନରୁଦ୍ଧାର କାଯ୍ୟର ସମିକ୍ଷା କରିଛନ୍ତି କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବ୍ଦୁଲ ଆକ୍ତର । ଏହି ସମିକ୍ଷା ସମୟରେ ଜୟପୁର ଉପ ଜିଲାପାଳ ବେଦବର ପ୍ରଧାନ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ବେହେରା, ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ସାଗରିକା ଷଡଙ୍ଗି, ରାସ୍ତା ଓ ଗୃହ ବିଭାଗର ଏସଡିଓ ଆଶିଷ ଗୁପ୍ତା, ପୌର ଯନ୍ତ୍ରୀ ବିଶ୍ଵନାଥ ପାତ୍ର, କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ । କ୍ଷୁଦ୍ର ଜଳସେଚନ ବିଭାଗ ଜୟପୁର ଦ୍ଵାରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାଯ୍ୟ କରାଯାଇଛି । ୧୧୨୭ ମିଟର ଡ୍ରେନ ନିର୍ମାଣ ହେବାକୁ ଯାଉଛି । ନୂଆସାହି ଠାରୁ ଡ୍ରେନ ନିର୍ମାଣ କାଯ୍ୟ ଆରମ୍ଭ ହୋଇଛି। ଏହି ଡ୍ରେନକୁ ପଞ୍ଚାନନ ମନ୍ଦିର ଯାଏ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି । ସାଗର ତଟରେ ଜବର ଦଖଲ କରିଥିବା ଲୋକ ମାନଙ୍କୁ ଜାଗା ମିଶନ ଯୋଜନାରେ ସାମିଲ କରି ଥଇଥାନ କରିବା ପରେ ଉଛେଦ କରିବା ପାଇଁ ଜୟପୁର ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ନିର୍ଦେଶ ଦେଇଛନ୍ତି । ଡ୍ରେନ ନିର୍ମାଣ ସମୟରେ ଜବର ଦଖଲ ଥିଲେ ତୁରନ୍ତ ଉଛେଦ କରିବା ପାଇଁ ଜୟପୁର ତହସିଲଦାର ସାଗରିକା ଷଡଙ୍ଗିଙ୍କୁ ନିର୍ଦେଶ ଦେଇଛନ୍ତି । ସାଗରର ବିକାଶ ପାଇଁ ଆସିଥିବା ୨ କୋଟି ଟଙ୍କା ସାଗରର ଜୟନଗର ପଟେ ବିକାଶ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *