ସ୍ଲଗ- ଗଛରେ ବାନ୍ଧିଲେ ରାକ୍ଷୀ….

Spread the love

କେନ୍ଦୁଝର: ସଂସାରର ସୃଷ୍ଟି ଉଦ୍ଭିଦ ମାନଙ୍କ ପାଇଁ ସମ୍ଭବ ତେଣୁ ଗାଁର ଝିଅ ମାନେ ଗଛକୁ ରାକ୍ଷୀ ବାନ୍ଧିଛନ୍ତି। ଘଷିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପବିତ୍ର ରକ୍ଷା ବନ୍ଧନ ଅବସରରେ ଗାଁର ମା ତାରିଣୀ ପୀଠରେ ଥିବା ବୃକ୍ଷ ମାନଙ୍କୁ କୁନି ପିଲାମାନେ ରାକ୍ଷୀ ପିନ୍ଧାଇଛନ୍ତି । ଏଥିରେ ପରିବେଶ ପ୍ରେମୀ ଯୁବନେତାମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଗାଁ ଝିଅ ମାନଙ୍କ ଏଭଳି ପ୍ରୟାସ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ।  ଜୀବ ଜଗତ ପାଇଁ ଗଛ ମାନଙ୍କ ଅବଦାନ ବିଶେଷ ରହିଛି ଏସବୁକୁ ଆଖି ଆଗରେ ରଖି ଗାଁ ନିକଟରେ ଥିବା ବରାଙ୍ଗ ଜଙ୍ଗଲକୁ ଯାଇ ମଧ୍ୟ ଝିଅ ମାନେ ଗଛ ମାନଙ୍କୁ ରାକ୍ଷୀ ପିନ୍ଧାଇଥିଲେ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ସେହିପରି ଗଛ ଆମକୁ ଅମ୍ଳଜାନ ଦେଇ ଜୀବନ ରକ୍ଷା କରିଆସିଛି। ଏହାର ସୁରକ୍ଷାପାଇଁ ଏଭଳି ଏକ ନିଆରା ରାକ୍ଷୀ ପୂର୍ଣ୍ଣିମା ଆୟୋଜନ ହୋଇଥିଲା ବୋଲି ଗ୍ରାମବାସୀ କହିଛନ୍ତ।

Leave a Reply

Your email address will not be published. Required fields are marked *