ଅଯୋଧ୍ୟା ଯିବ ସ୍ବର୍ଣ୍ଣର ଧନୁ। ଭୁବନେଶ୍ୱରରେ ଧନୁ ପ୍ରଦର୍ଶନ ହେବାପରେ ପୁରୀରେ ପହଞ୍ଚିଛି। ସ୍ବର୍ଣ୍ଣରେ ନିର୍ମିତ ଏହି ସ୍ବର୍ଣ୍ଣ ଧନୁ ପୁରୀ ଉତ୍ତରପାର୍ଶ୍ଵ ମଠରେ ପହଞ୍ଚି ଥିବା ବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଏହା ପରିକ୍ରମା କରି ବିରାଟ ଶୋଭାଯାତ୍ରାରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ। ଏଥିରେ ସେବାୟତ, ମଠାଧୀଶ, ସାଧୁ ସନ୍ଥ ଏବଂ ଭକ୍ତମାନେ ଯୋଗଦେବା ପାଇଁ ଶ୍ରୀମନ୍ଦିର ସେବାୟତ ସଂଘ ପକ୍ଷରୁ ନିବେଦନ କରାଯାଇଛି।ରାଉଲକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମାଣ ହୋଇଥିବା ଏହି ସ୍ବର୍ଣ୍ଣର ଧନୁ ୩୦ଟି ଜିଲ୍ଲା ଭ୍ରମଣ କରିଥିବାବେଳେ ଗତକାଲି ରାତିରେ ପୁରୀରେ ଆସି ପହଞ୍ଚିଥିଲା। ସ୍ବର୍ଣ୍ଣରେ ନିର୍ମିତ ଏହି ଧନୁର ଓଜନ ୨୮୦ କିଲୋ ଏବଂ ଏହା ପଞ୍ଚ ଧାତୁ ତଥା ସୁନା, ରୂପା, ତମ୍ବା, ଲୁହା ଏବଂ ଜିଙ୍କ ରେ ନିର୍ମାଣ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now