ସାମାଜିକ ଗଣମାଧ୍ୟମର ପ୍ରଭାବ : ମାନସିକ ବିକୃତ ନାବାଳିକା ପାଖରେ ପହଂଚିଲା ପ୍ରଶାସନ

Spread the love

ଚମ୍ପୁଆ : ଚମ୍ପୁଆ ବ୍ଲକ୍ ବଡନଈ ପଂଚାୟତ ଅନ୍ତର୍ଗତ ସାନନଈ ଗ୍ରାମରେ ଜଣେ ମାନସିକ ବିକୃତ ନାବାଳିକା ପାଖରେ ପ୍ରଶାସନ ପହଂଚି ଥିବା ଜଣାପଡିଛି ।

ସୂଚନା ଯୋଗ୍ୟ କି, ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ସାନନଈ ଗ୍ରାମର ନାବାଳିକା ରିତା ନାଏକ ମାନସିକ ବିକୃତ ଯୋଗୁଁ ତାଙ୍କ ପରିବାର ଅତ୍ୟନ୍ତ ଚିନ୍ତାଗ୍ରସ୍ତ ରହୁଥିଲେ । ପିତା ମାତାଙ୍କ ମୃତ୍ୟୁ ପରେ ରିତା ଭାଇଙ୍କ ପାଖରେ ରହୁଥିଲେ । ଭାଇ ବିବାହ କରିବା ପରେ ପରିବାରର ଦାୟିତ୍ୱ ନେବା ସହ ମାନସିକ ରୋଗ ଗ୍ରସ୍ତ ଭଉଣୀର ଦେଖାରେଖା କରୁଥିଲେ । ତେବେ ବୟସ ବଢିବା ସହ ରିତାଙ୍କର ବିକୃତି ବଢ଼ି ଚାଲିିଥିଲା । ତାଙ୍କୁ ପୋଷାକ ପିନ୍ଧାଇଲେ ସେ ଦେହରୁ ପୋଷାକ ଖୋଲି ଦେଉଥିଲେ । ଯେତେ ଚେଷ୍ଟା କଲେ ମଧ୍ୟ ସେ ପୋଷାକ ନ ପିନ୍ଧିବା ଯୋଗୁଁ ତାଙ୍କ ପରିବାର ଲୋକେ ଚିନ୍ତାଗ୍ରସ୍ତ ରହୁଥିଲେ । ଏ ନେଇ ବଡନଈ ଗ୍ରାମର ସାମାଜିକ କର୍ମୀ ପ୍ରଣଜ କୁମାର ବଡ଼ପଣ୍ଡା ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ କେନ୍ଦୁଝର ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟର ମାନସିକ ରୋଗ ବିଭାଗ ଚିକିତ୍ସକ ଡ. ସୁଶାନ୍ତ ମାଝୀ, ସାମାଜିକ କର୍ମୀ ବିକାଶ ରଞ୍ଜନ ଦାସ, ସରୋଜ ପଣ୍ଡା, କମ୍ୟୁନିଟି ନର୍ସ ଜଳଡି ଦାସଏବଂ ଆଶ୍ରା ଟିମ୍ ର ସଦସ୍ୟ ମାନେ ସାନନଈ ଗ୍ରାମକୁ ଯାଇ ତାଙ୍କ ପରିବାରକୁ ଭେଟି ରୀତାଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନେବା ସହ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମାନସିକ ରୋଗ ବିଭାଗକୁ ନେଇଥିବା ଜଣାପଡିଛି । ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟ ପାଇଁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *