ଚାରମାଳ ଉପରେ ବଡ଼ ଠାକୁର ପଡ଼ିଯିବା ଘଟଣା : ଲୀଳାମୟଙ୍କ ଲୀଳା କହି ରିପୋର୍ଟ ଦେଲେ ୨ ମନ୍ତ୍ରୀ

ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ଚାରମାଳ ଉପରେ ମୁହଁମାଡ଼ି ପଡ଼ିଯିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପ-ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ। ଲୀଳାମୟଙ୍କ ଲୀଳା ଓ ଏହା ସାମାନ୍ୟ ଦୁର୍ଘଟଣା ଥିଲା କହି ଉଭୟ ମନ୍ତ୍ରୀ ଅତି ହାଲୁକା ଭାବେ ଘଟଣାକୁ ନେଇଛନ୍ତି। ରଥ ଉପରେ ଅଣସେବାୟତ ଥିବାର ଅଭିଯୋଗ ଆସିନି ବୋଲି କହିଛନ୍ତି ଆଇନମନ୍ତ୍ରୀ। ସେପଟେ ଏତେ ବଡ଼ ଅଘଟଣରେ କାହାକୁ ଦାୟୀ କରାନଯିବା, କାହାର ଅବହେଳା ଲାଗି ଏମିତି ଘଟିଲା, ତାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *