ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

Spread the love

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗୁରୁବାର ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆଜି ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ୪୪.୨ ଡ଼ିଗ୍ରୀ , ହୀରାକୁଦରେ ୪୩.୮ ଡ଼ିଗ୍ରୀ , ସମ୍ବଲପୁରରେ ୪୩.୬ ଡ଼ିଗ୍ରୀ ଓ ଚାନ୍ଦବାଲିରେ ୪୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ୱରରେ ୩୯.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୯ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୮.୮ ଡ଼ିଗ୍ରୀ , ପୁରୀରେ ୩୫ ଡ଼ିଗ୍ରୀ , ଗୋପାଳପୁରରେ ୩୪ ଡ଼ିଗ୍ରୀ ଓ ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅପରପକ୍ଷରେ ଆଜି ଦିନ ୨.୩୦ ସୁଦ୍ଧା ପାରାଦୀପରେ ୭୮% ଆଦ୍ରତା ରେକର୍ଡ ହୋଇଥିବା ବେଳେ ପୁରୀ: ୭୫% , ଗୋପାଳପୁର: ୭୩% ,ଭୁବନେଶ୍ୱର: ୫୭%. ଚାନ୍ଦବାଲି:୫୧% ,ବାଲେଶ୍ୱର:୫୦% , କେନ୍ଦୁଝର: ୩୬%, ହୀରାକୁଦ: ୨୯%, ସମ୍ବଲପୁର: ୨୭% ଓ ଝାରସୁଗୁଡା: ୨୨% ଆଦ୍ରତା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *