ଶ୍ରୀନଅରରେ ପହଞ୍ଚିଲା ମହାପ୍ରଭୁ ସୁସ୍ଥହେବା ଖବର

Spread the love

ପୁରୀ : ସ୍ନାନପୂର୍ଣ୍ଣମୀ ଠାରୁ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି । ଦଇତାପତି ସେବକମାନେ ଗୁପ୍ତସେବା ମାଧ୍ୟମରେ ଫୁଲରୀ ତେଲ ଲାଗି, ଓଷଲାଗି, ଖଳିଲାଗି ଆଦି ସେବାପରେ ଆଜି ଦ୍ଵାଦଶୀ ତିଥିରେ ମହାପ୍ରଭୁ ସୁସ୍ଥ ହୋଇ ଚକାବିଜେ କରିଛନ୍ତି । ଏହି ସୁସ୍ଥହେବା ଖବର ଦଇତାପତି ସେବକ ମାନେ ଆନନ୍ଦର ସହ ଶ୍ରୀମନ୍ଦିରରୁ ଘଣ୍ଟ, ଘଣ୍ଟା, ଛତି ସହ ଶୋଭାଯାତ୍ରାରେ ଯାଇ ଶ୍ରୀନଅରରେ ଗଜପତିଙ୍କୁ ଜଣାଇଥିଲେ । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ ହୋଇଥିଲା । ପରେ ବେହେରଣ ଦ୍ଵାର ଫିଟିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।

ଗତକାଲି ମହାପ୍ରଭୁଙ୍କୁ ଖଳିଲାଗି ଓ ରକ୍ତବସ୍ତ୍ର କରାଯାଇଥିଲା । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଦଶମୂଳ ଔଷଧ ସେବନ କରି ମହାପ୍ରଭୁ ସୁସ୍ଥ ହୋଇଥିଲେ । ଦଇତାପତି,ପତିମହାପାତ୍ର,ଖୁଟିଂଆ ମେକାପ, ଦେଉଳ କରଣ ଓ ଚଢଉକରଣ, ଶ୍ରୀଜୀଉଙ୍କ ପ୍ରସାଦରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀନଅରକୁ ବିଜେ କରିଥିଲେ ।

Leave a Reply

Your email address will not be published. Required fields are marked *