ବାହାନଗା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପ୍ରସଙ୍ଗ, ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ

Spread the love

ଭଦ୍ରକ : ଗତ ଶୁକ୍ରବାର ରାତିରେ ଘଟିଯାଇଥିଲା ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଯାହାଫଳରେ ଶତାଧିକ ଲୋକଙ୍କର ଜୀବନ ହାନି ହୋଇଥିବାବେଳେ ହଜାର ହଜାର ଲୋକ ଆହତ ହୋଇ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶନିବାର ଦିନ ଭଦ୍ରକ ଜିଲା ମେଡିକାଲକୁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କର୍ଣ୍ଣାଟକ ରେଭିନ୍ୟୁ ମନ୍ତ୍ରୀଙ୍କ ସମେତ ବିଭିନ୍ନ ମନ୍ତ୍ରୀ ଓ ଜନ ପ୍ରତିନିଧିମାନେ ଆସି ଆହତଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ସେହିପରି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଆହତମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ବୁଝିଥିଲେ । ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ଏହି ଭୟଙ୍କର ରେଳ ଦୁର୍ଘଟଣାରେ ଉଦ୍ଧାରକାରୀ ଦଳ, ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ଜିଲା ପ୍ରଶାସନ, ସମସ୍ତ ରକ୍ତଦାତା ଏବଂ ମେଡିକାଲର କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ନର୍ସ, କର୍ମଚାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ । ଏବଂ ଆହତମାନଙ୍କୁ ରେଳ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା କଥା କହିଥିଲେ । ମେଡିକାଲରୁ ଚିକିତ୍ସା ହୋଇ ସୁସ୍ଥ ହୋଇଥିବା ବିଭିନ୍ନ ଅଂଚଳର ଥା ପଶ୍ଚିମବଙ୍ଗ, ଚେନ୍ନାଇ, କର୍ଣ୍ଟାଟକ, ତାମିଲନାଡୁ ଓ ବିହାରର ଲୋକମାନଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପଠାଯାଇଥିବାର ସୂଚନା ଦେଇଥିଲେ । ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଥିବା ଆହତମାନଙ୍କୁ କିପରି ଶୀଘ୍ର ଭଲ କରିହେବ, ସେ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ଗସ୍ତ ସମୟରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଜେପି ନେତା ଅଭିମନ୍ୟୁ ସେଠୀ, ବଦ୍ରୀନାରାୟଣ ଧଳ, ଜଗନ୍ନାଥ ଦାଶ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *