ନଦୀରେ ବୁଡି ଯୁବକ ମୃତ

ନଦୀରେ ବୁଡି ମାଛ ଧରିବା ହେଲା କାଳ। ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମ ନିକଟ ରଣ ନଦୀରେ ମାଛ ମାରୁଥିବା ବେଳେ ଘଟିଛି ଅଘଟଣ। ରଣ ନଦୀରେ ବୁଡି ମାଛ ଧରାଳିଙ୍କ ମୃତ ଘଟିଛି । ମୃତକ ତାଳବସ୍ତ ଗାଁର ଲଖଣ ମଲିକ ବୋଲି ଜଣାପଡ଼ିଛି। ସ୍ଥାନୀୟଲୋକଙ୍କ ଦ୍ୱାରା ଲଖଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ ପାଇଁ ଆମ୍ୱୁଲାନ୍ସ ଦ୍ୱାରା ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ମୃତକଙ୍କ ପରିବାରକୁ ସହାୟତା ରାଶି ଯୋଗାଇ ଦେବାକୁ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *