ଓଡିଶାକୁ ନାହିଁ ବାତ୍ୟା ଭୟ : ଆଇଏମଡି ଡିଜି

Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର – ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ  ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି । ଓଡ଼ିଶା ପ୍ରତି କୌଣସି ବିପଦର ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ  ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଡ. ମହାପାତ୍ର କହିଛନ୍ତି ଯେ ଏହି ଲଘୁଚାପ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସୁଦ୍ଧା ଏକ ଡିପ୍ରେସନରେ ପରିଣତ ହୋଇ ଉତର ଓ ଉତରପଶ୍ଚିମ ଦିଗରେ ଗତି କରିବ । ମେ ୧୦ରେ ଏହା ଏକ ସାମୁଦ୍ରିକ ବାତ୍ୟା ରୂପ ନେବ । ମେ ୧୨ ତାରିଖ ସୁଦ୍ଧା ଏହା ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବ । ତେବେ ଏହି ବାତ୍ୟା ପଶ୍ଚିମବଙ୍ଗର କେତେ ନିକଟ ହୋଇଯାଉଛି ତାହା ଉପରେ ନଜର ରଖାଯାଇଛି । ଲଘୁଚାପ ଏକ ଡିପ୍ରେସନରେ ପରିଣତ ହେବା ପରେ ଆଇଏମଡି ଏହାର ଲାଣ୍ଡଫଲ  ସ୍ଥାନ ଓ ସମୟ ସଂପର୍କରେ ପୂର୍ବାନୁମାନ କରିପାରିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ନେଇ ବର୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ।  ବର୍ଷା ଓ ପବନ ନେଇ ମଧ୍ୟ କିଛି ୱାର୍ଣ୍ଣିଂ ନାହିଁ । ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି, ତାହା ଉପରେ ନଜର ରଖା ଯାଇଛି ।

Leave a Reply

Your email address will not be published. Required fields are marked *