ଚାଲିବାକୁ ଶକ୍ତିନାହିଁ, ହେଲେ ମନୋବଳ ସୁଦୃଢ଼

Spread the love

ବ୍ରହ୍ମପୁର: ଇଚ୍ଛା ବଳେ ସବୁ ସମ୍ଭବ । ଦୃଢ ମନୋବଳ ମଣିଷକୁ ସଫଳତା ଆଡକୁ ଆଗେଇ ନେଇଥାଏ । ଆମେ ଏପରି ଜଣେ ମଣିଷଙ୍କ କଥା କହୁଛୁ ଯିଏକି ଦିବ୍ୟାଙ୍ଗ ହୋଇଥିଲେବି ନିଜର ଦୃଢ ଉଚ୍ଛାଶକ୍ତି ବଳରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଚାଲିବାକୁ ଶକ୍ତିନାହିଁ , ହେଲେ ମନୋବଳ ବେଶ୍ ଦୃଢ଼ । ଦିବ୍ୟାଙ୍ଗ ହେଲେ ବି  ଜାତୀୟ ସ୍ତରରେ ପରିଚିତ। ଆମେ କହୁଛୁ ବ୍ରହ୍ମପୁରର ପଦ୍ମନାଭଙ୍କ କଥା । ଛୋଟବେଳୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ପଦ୍ମନାଭଙ୍କ ଚିକିତ୍ସା ପରେ ଡାହାଣ ଗୋଡ଼ ଏକପ୍ରକାର କାମ କରିବାକୁ ଲାଗିଥିଲା । ପରେ ସେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇ ଜିଲ୍ଲାସ୍ତରୀୟ , ରାଜ୍ୟସ୍ତରୀୟ ଏବଂ ଜାତୀୟସ୍ତରୀୟପ୍ରତିଯୋଗିତାରେ ଭାଗ ନେଇନଜର ପରିଚୟ ସୃଷ୍ଟି କରିଥିଲେ । ହେଲେ ଆର୍ଥିକ ଅଭାବ ତାଙ୍କୁ ଏହି କ୍ୟାରିୟରରେ ଆଗକୁ ବଢାଇ ପାରି ନଥିଲା । ପରେ ସେ କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ୍‌ରେ ଯୋଗଦେଇ ବିଭିନ୍ନ ରିୟଲିଟି ସୋ’ ଏପରିକି  ଇଣ୍ଡିଆଜ ଗଟ୍ ଟାଲେଣ୍ଟ ସୋ’ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ମାଧମ୍ୟରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଁଟିଥିଲେ। ତାଙ୍କ ଷ୍ଟଣ୍ଟ ସମସ୍ତଙ୍କୁ ଆକର୍ଷିତ କରିଥିଲା ।

ପଦ୍ମନାଭ୧୨ ଜଣ ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ନୃତ୍ୟଦଳ ଆରମ୍ଭକରିଥିବା ବେଳେ ଏବେ ଅହମ୍ମଦାବାଦରେ ଏକ ଡ୍ୟାନ୍ସ ଏକାଡେମୀ ଖୋଲି ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନୃତ୍ୟଶିକ୍ଷା ଦେଉଛନ୍ତି । ବଲିଉଡ୍ ଅଭିନେତ୍ରୀ କାଜଲ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ଭିନ୍ନକ୍ଷମଙ୍କ ଉପରେ ଆଧାରିତ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରର ପ୍ରମୋସନ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ ଆସିଥିବା କହିଛନ୍ତି ପଦ୍ମନାଭ ।

ତେବେ ବଲିଉଡ୍‌ରେ ସୁଯୋଗ ମିଳିଲେ କାମ କରିବାକୁ ଇଚ୍ଛା ରଖିଛନ୍ତି ପଦ୍ମନାଭ । ଦିବ୍ୟାଙ୍ଗ ମାନଙ୍କୁ ନେଇ କରିଥିବା ନୃତ୍ୟ ଦଳ ମାଧ୍ୟମରେ ଓଡ଼ିଶାର ନାମକୁ ଉଚ୍ଚରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରି ରଖିବି ବୋଲି ସେ କହିଛନ୍ତି ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *