ବନ୍ଧମୁଣ୍ଡା ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

Spread the love

ରାଉରକେଲା : ରାଉରକେଲା ଜିଲ୍ଲା ପୁଲିସିସର ନିୟନ୍ତ୍ରଣ ରହୁନି,ଫ ଥାନା ଗୁଡିକରେ କଣ ଚାଲିଛି ସେ ନେଇ ବରିଷ୍ଠ ଅଧିକାରୀ ମାନେ ଖବର ରଖୁ ନାହାନ୍ତି, ଫଳରେ ଲୋକଙ୍କ ଉପରେ ପୁଲିସିର ଅତ୍ୟାଚାର ବଢିଚାଲିଛି । ବନ୍ଧମୁଣ୍ଡା ଥାନା ଅଧିକାରୀ ଜଣେ ସିକ୍ୟୁରିଟି ବାଲାଙ୍କୁ ଥାନାକୁ ଡାକି ବାଡେଇ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଫଟେଇଦେଇଥିବା ଅଭିଯୋଗ ପୁଣି ଲୋକ ଲୋଚନକୁ ଆସିଛି ।

ଅଭିଯୋଗରୁ ପ୍ରକାଶ ଯେ ବିଲକେନ ଭେଂଗରା ନାମକ ବନ୍ଧମୁଣ୍ଡା ଡି କ୍ୟାବିନ ନିବାସୀ, ତାଙ୍କର ଏକ ସିକ୍ୟୁରିଟି ସଂସ୍ଥା ରହିଛି , ସେ ବିହାର ଅଂଚଳର କିଛି ପିଲାଙ୍କୁ ଚାକିରୀ ଦେବା ନାମରେ ସେମାନଙ୍କ ଠାରୁ ଅର୍ଥ ଆଦାୟ କରିଥିଲେ । ଏନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ  ହୋଇଥିଲା । ଅଭିଯୋଗ ପାଇ ଥାନା ବାବୁ ବିଲକେନକୁ ରାତି ୯ଟାରେ ଥାନାକୁ ଡାକି ନିସ୍ତୁକ ମାଡ ମାରିବା ସହ ରାତି ୧୧ଟା ଯାଏ ନିର୍ଯାତନା ଦେଇ ଧମକ ଚମକ ଦେଇ ଥାନାରୁ ଛାଡି ଦେଇଥିଲେ । ଏଥିରେ ବିଲକେନ ଅସୁସ୍ଥ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେବା ସହ ଘଟଣା ସଂପର୍କରେ ରାଉରକେଲା ଏସପିଙ୍କର ଦୃଷ୍ଟି ଆର୍କଷଣ କରିଛନ୍ତି । ଅବସର ପ୍ରାପ୍ତ ପୁଲିସି ଅଧିକାରୀ ମାନଙ୍କ କହିବା କଥା ଯଦି ଏଭଳି ଅଭିଯୋଗ ଆସିଲା ତାକୁ ତଦନ୍ତକରି ତାଙ୍କ ବିରୋଧରେ ମାମାଲା କରାଯାଇପାରିଥାନ୍ତା , ମାଡ ଦେବାକୁ ତାଙ୍କୁ ଅଧିକାର ଦେଲା କିଏ ? ତେବେ ରାଉରକେଲା ପୁଲିସି ଜିଲ୍ଲାରେ ଏଭଳି ଅତ୍ୟାଚାର ଥାନା ବାଲାଙ୍କ ଦ୍ୱାରା ବଢିଚାଲିଥିବା ବେଳେ , ଥାନାରେ ପୋଷ୍ଟିଂ ଦେବା ବେଳେ ଅଫିସର ମାନଙ୍କୁ ସଠିକ ଜଜ୍ କରାଯାଉନଥିବାରୁ ଏଭଳି କାରବାର ବଢିଚାଲିଥିବା କୁହାଯାଉଛି , ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *