ଅଭାବୀ ବିକ୍ରି ର ଶିକାର ଚାଷୀ, ଧାନ ମଣ୍ଡି ଭେଳିକି

ପୁଣି ସାମ୍ମାକୁ ଆସିଲା ଧାନ ଚୋରା ଚାଲାଣର ଦୃଶ୍ୟ। ଶାଗ ମାଛ ଦରରେ ନିଜ ଫସଲ ବିକ୍ରି କରୁଛନ୍ତି ଚାଷୀ। କେଉଁଠି ବସ୍ତା ବସ୍ତା ଧାନ ଦୋକାନ ଗୋଦାମ ରେ ରହିଛି ତ ଆଉ କେଉଁଠି କୁଇଣ୍ଟାଲ କୁଇଣ୍ଟାଲ ଧାନ ଗାଡି ରେ ଚାଲାଣ ହେଉଛି। ପୁଣି ଧାନ ଓଜନ କଣ୍ଟା ବି ରହିଛି। ସିଧାସଳଖ ବିଲବାଡ଼ି, କ୍ଷେତ ଖଳା କୁ ଯାଇ ଧାନ କିଣୁଛନ୍ତି ବେପାରୀ। ଚାଷୀଙ୍କ ବର୍ଷଯାକର ପରିଶ୍ରମର ଫଳ କୁ ନେଇ ମୁଲଚାଲ ହେଉଛି । ବାଧ୍ୟ ହୋଇ ଦଲାଲ ହାତରେ ଚାଷୀ କଷ୍ଟ ଅର୍ଜିତ ଫଳ ଟେକି ଦେଉଛି। ଆଉ ତାହା ପୁଣି କୁଇଣ୍ଟାଲ ପିଛା 16 ଶହ ଟଙ୍କା ରୁ ନେଇ ୧୭ ଶହ ଟଙ୍କା ରେ। କାରଣ ଟିଟିଲାଗଡ଼ ଉପଖଣ୍ଡ ରେ ବର୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ ଧାନ ମଣ୍ଡି । ଟିଟିଲାଗଡ଼ ସହର ମନୀଗା, ମହୁଲପଡା, ବାଙ୍କେଲ, ସିରୁଲ, ସିନ୍ଧେକେଲା, ବଙ୍ଗୋମୁଣ୍ଡା ଆଦି ସ୍ଥାନରେ ଦଲାଲ, ତଥା ଅସାଧୁ ବେପାରୀ ମାନେ ସିଧା ସଳଖ ଚାଷୀ ଙ୍କ ଠାରୁ ଧାନ କିଣୁଛନ୍ତି। ସେପଟେ ଦଲାଲ ମାନେ ଖୋଲମ ଖୋଲା କହୁଛନ୍ତି, ଆମେ ଚାଷୀ ଙ୍କ ଠାରୁ ଧାନ କିଣୁଛୁ । କିଣିଥିବା ଧାନ ଆଉ ଏକ ଦଲାଲ ବା ମିଲ ମାଲିକ କୁ ଦେଉଛୁ ।  ଏମିତିକି ଅନେକ ଚାଷୀ ନାମ ପଞ୍ଜିକରଣ ବି କରି ପାରିନାହାନ୍ତି । ନା ଟୋକନ ପାଇବେ ଆଉ ନା ଧାନ ମଣ୍ଡିରେ ବିକି ପାରିବେ। ମାନେ ଚାଷୀ ସବୁବେଳେ ସବୁ ସମୟରେ ଶୋଷଣର ଶିକାର ହେଉଛି। ମଣ୍ଡି ପରିଚାଳକ ତଥା ଯୋଗାଣ ବିଭାଗ ବି ଏହି ଗୋଲକଧନ୍ଦା ରେ ସାମିଲ ଥିବା ଅଭିଯୋଗ କରିଛି ଚାଷୀ। ଚଳିତ ବର୍ଷ ରାଜ୍ୟ ସରକାର ଘୋଷଣା କରିଛନ୍ତି ଚାଷୀ ମଣ୍ଡିରେ ଧାନ କୁଇଣ୍ଟାଲ ପିଛା 31 ଶହ ଟଙ୍କା ପାଇବ । ହେଲେ ଆରମ୍ଭ ରୁ ଟିଟିଲାଗଡ଼ ଅଂଚଳ ରେ ଚାଷୀ ଅଭାବୀ ବିକ୍ରି ର ଶିକାର ହୋଇ ସାରିଲେଣି l ଅଧିକାଂଶ ଚାଷୀ ଶୋଷଣ ର ଶିକାର ହୋଇ ସାରିଲେଣି । ବିଗତ ବର୍ଷ ରେ ନଭେମ୍ବର ମାସ ରୁ ଧାନ ମଣ୍ଡି ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ଡିସେମ୍ବର ମାସ ପ୍ରଥମ ସପ୍ତାହ ରେ ଆରମ୍ଭ ହେବା ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛି l ଡିସେମ୍ବର ମାସ 2 ତାରିଖ ରେ ମଣ୍ଡି ଆରମ୍ଭ ନେଇ ଘୋଷଣା ହେବା ପରେ ମଧ୍ୟ ମଣ୍ଡି ଖୋଲିପାରୀ ନାହିଁ । ଯାହାକୁ ନେଇ ଚାଷୀ ମହଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ କହିବା କଥା ଖୁବ ଶୀଘ୍ର ମଣ୍ଡି ଖୋଲିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *