ଆଜି ପହିଲି ରଜ। ଗାଁ ଠୁଁ ସହର ଯାଏ ସବୁଆଡେ ଉତ୍ସବର ମାହୋଲ। ସ୍ନେହ ଶ୍ରଦ୍ଧା, ମଉଜ ମଜଲିଶ ଓଡ଼ିଆର ପର୍ବ ରଜ। ଘରେ ଘରେ ଅତିଥି ଅଭ୍ୟାଗତି ଆଉ ପିଠାପଣାର ଆସର। କେଉଁଠି କିଏ ଦୋଳି ଖେଳୁଛନ୍ତି ତ ଆଉ କେଉଁଠି କିଏ ପିଠା ମିଠା ଖାଇ ମଜା କରୁଛନ୍ତି । ରଜ ପାଇଁ ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ପର୍ୟ୍ୟନ୍ତ ସମସ୍ତେ ବେଶ୍ ଉତ୍ସାହିତ। ସଜବାଜ, ଖିଆପିଆ, ବୁଲାବୁଲିରେ ସମୟ ବିତାଇବାର ମୁହୁର୍ତ ହୋଉଛି ରଜ। ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୁଏ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now