ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Spread the love

ପୁରୀ : ରଥ ଯାତ୍ରାର ପଞ୍ଚମୀ ଦିବସରେ ଆଜି ହେରା ପଞ୍ଚମୀ ଅନୁଷ୍ଠିତ ହେବ । ବଡଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ରଥଯାତ୍ରାରେ ମା ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ସେ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବେ । ମା ବିମଳାଙ୍କ ପରାମର୍ଶ କ୍ରମେ ମହାଲକ୍ଷ୍ମୀ ସଂନ୍ଧ୍ୟା ସମୟରେ ଶ୍ରୀମନ୍ଦିରରୁ ବିମାନ ଯୋଗେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଗୁଣ୍ଡିଚା ମନ୍ଦିର ଜଗମୋହନରେ ମା ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବା ସମୟରେ ହଠାତ୍ କବାଟ ପଡିଯିବ । ଏଥିରେ ଅଭିମାନ କରି ମା ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଆଧର ଚୁମ୍ବିତ ମାଳକୁ ନେଇ ନାକଚଣା ଦ୍ଵାର ଦେଇ ନନ୍ଦିଘୋଷ ରଥ ନିକଟକୁ ଆସି ରଥର କିଛି ଅଂଶ ଭାଙ୍ଗି ହେରାଗୋହିରୀ ସାହି ବାଟେ ଶ୍ରୀମନ୍ଦିରକୁ ଫେରିବେ ।

ଏହା ପରେ ପରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଆସନ୍ତା କାଲି ତିନି ରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ଵାର ଠାରେ ରଖାଯିବ ।

Leave a Reply

Your email address will not be published. Required fields are marked *