ଗଞ୍ଜାମ : ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ । ତେବେ ଦିନକୁ ଦିନ ରାଜ୍ୟରେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଏହା ଚିନ୍ତାଜନକ ବିଷୟ ହୋଇଛି । ଉତ୍ତର ଘୁମୁସର ବନଖଣ୍ଡରେ ୨୦୧୬ ମସିହାରେ ହୋଇଥିବା ବାଘ ଗଣନା ବେଳେ ୧୭ଟି କଲରାପତରିଆ ବାଘ ରହିଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରେ ୬ଟି ପୁରଷ ଓ ୧୦ଟି ମାଈ ଏବଂ ଗୋଟିଏ ଛୁଆ ରହିଥିଲା । ତେବେ ୨୦୧୮ ରେ ଏହି ସଂଖ୍ୟା ହଠାତ୍ ହ୍ରାସ ପାଇ ୬କୁ ଖସି ଆସିଥିଲା । ଏହା ପରଠାରୁ ପିସିସିଏଫ ପକ୍ଷରୁ ଆପ୍ ମାଧ୍ୟମରେ ଗଣନା ହେଉଛି । ତେବେ ବାଘ ସଂଖ୍ୟା କମିବା ନିଶ୍ଚିତ ଭାବେ ଚିନ୍ତାର କାରଣ ହୋଇଛି । ୨୦୧୫ ମସିହା ଜୁଲାଇ ୮ ତାରିଖରେ ଉତ୍ତର ଘୁମୁସର ବନଖଣ୍ଡ ତାରାସିଂ ବନାଞ୍ଚଳର ଚନ୍ଦ୍ରଗିରି ଜଙ୍ଗଲରେ ଗୋଟିଏ କଲରାପତରିଆ ବାଘକୁ ହତ୍ୟା କରାଯାଇଥିବା ଅଭିଯୋଗରେ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ୨୦୨୧ ଜାନୁଆରୀ ମାସରେ ବୁଗୁଡ଼ା ମୁଣ୍ଡାଖାଇ ପାହାଡ଼ରେ ବାରହା ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁଇଟି ଘଟଣାକୁ ଛାଡିଦେଲେ ଗତ ୮ ବର୍ଷ ଭିତରେ କଲରାପତରିଆ ବାଘ ଶିକାର ଘଟଣା ସାମ୍ନାକୁ ଆସିନି । କିନ୍ତୁ, ସେମାନଙ୍କ ସଂଖ୍ୟା ହ୍ରାସ ପାଇବା ଚିନ୍ତାଜନକ ପ୍ରସଙ୍ଗ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now