ଆଜି ମହରମ୍, ଶୋଭାଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା

ଆଜି ତ୍ୟାଗ ଓ ବଳିଦାନର ପର୍ବ ମହରମ୍ । ମୁସଲିମ ଧର୍ମାବଲମ୍ବୀଙ୍କର ଏହା ବଡ଼ ପର୍ବ। ବିଭିନ୍ନ ସ୍ଥାନରୁ ବାହାରିବ କାଫେଲା ଶୋଭାଯାତ୍ରା। ଏଥିଲାଗି ସବୁଠି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପବିତ୍ର ମହରମ୍ ଅବସରରେ ବାଲେଶ୍ଵର ଏବଂ ଭଦ୍ରକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଲାଗି ବାଲେଶ୍ଵରରେ ୪୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଡିଜେ ସିଷ୍ଟମ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ସେହିପରି ଭଦ୍ରକ ସହରରେ ଶାନ୍ତିଶୃଙ୍ଖଳାରେ କିପରି ଏହି ପର୍ବ ପାଳନ କରାଯିବ,  ସେନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଭଦ୍ରକ ପୁଲିସ ପକ୍ଷରୁ ମଙ୍ଗଳବାର ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗ ମାର୍ଚ୍ଚରେ ଭଦ୍ରକ ଏସପି ବରୁଣ ଗୁଣ୍ଠପାଲୀ, ୨ଜଣ ଅତିରିକ୍ତ ଏସପି, ୧୦ଜଣ ଡିଏସପି, ୨୫ଜଣ ଇନ୍ସପେକ୍ଟର, ୧୨୭ ଜଣ ଏଏସ ଆଇ ଓ ୨୪ ପ୍ଲାଟୁନ ଫୋର୍ସ ଓ ୩କମ୍ପାନୀ ସିଏପିଏଫ ଫୋର୍ସ  ସାମିଲ ହୋଇଥିଲେ। ଅନ୍ୟପଟେ ସମ୍ବଲପୁରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *