ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ମନ୍ଦିରରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଆଜିର ଦିନରେ ଓଡ଼ିଆଣୀ ମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖିଥାନ୍ତି। ଏହା ତଳେ ଏକ ଛୋଟ ଛିଦ୍ର ଥାଏ। ଏହି ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼ିଥାଏ।ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ। ଏହି ଦିନ ଓଡ଼ିଶାରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଓଡ଼ିଆ ଲୋକେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମନସ୍କାମନା ପୂରଣ କରିଥାନ୍ତି। ଏହି ଅବସରରେ ବ୍ରହ୍ମପୁର ହିଲପଟଣା ପରିସରରେ ଥିବା ହନୁମାନ ମନ୍ଦିର ପରିସରରେ ୧୦୮ ହନୁମାନ ଚାଲିସା ପାଠ କରିବା ସହ ବିଭିନ୍ନ ରୀତି ନୀତି ପରମ୍ପରା ଅନୁଯାୟୀ ପୁଜାର୍ଚନା କରାଯାଇଛି । ସେପଟେ ଆଜି ଶ୍ରୀମନ୍ଦିରରେ ପାଳନ ହେଵ ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ  ରତ୍ନସିଂହାସନକୁ ଅଣାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ । ପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ଵ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ  ମହାବୀରଙ୍କ ନିକଟକୁ ନିଆଯିବ ।  ସେପଟେ ଶ୍ରୀକ୍ଷେତ୍ରର ଜାଗା ଆଖଡାରେ ପରମ୍ପରାକୁ ରକ୍ଷା ପାଇଁ ମହାବୀରଙ୍କ ପୂଜାର୍ଚ୍ଚନା ସହ ପଣା ଓ ଛତୁଆ ଭୋଗ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ଏହି ଅବସରରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ରେ ପୂନ୍ୟତୟା ବୈତରଣୀ ନଦୀ କୂଳରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ସୁନାମୁହିଁଙ୍କ ଶକ୍ତି ପୀଠ ରେ ଆରମ୍ଭ ହେବ ଚଡକ ମେଳା । ବିଶୁଭ ସଂକ୍ରାନ୍ତି ଠାରୁ ଏହି ପୀଠରେ ଆରମ୍ଭ ହୁଏ ମା ଙ୍କର ଚଡକ ଯାତ୍ରା । ଅଷ୍ଟଦିନାତ୍ମକ ଏହି ମେଳାରେ ମା ଙ୍କର ସ୍ୱତନ୍ତ୍ର ପୂଜାବିଧି କରାଯାଏ । ଅଂଚଳ ରେ ପ୍ରତିଷ୍ଠା ଲାଭ କରିଥିବା ମା ସୁନାମୁହିଁଙ୍କ ପୀଠରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ବୋଲି କାଳ କାଳରୁ ବିଶ୍ୱାସ ରହିଅଛି ।ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଭଦ୍ରକ ସହର ଏହି ପରମ୍ପରା ୨୦୦ ବର୍ଷ ର ପୂରୁଣା ପରମ୍ପରା ହେଇ ଆସିଥିବା ବେଳେ ନଦୀ କୁଳବର୍ତ୍ତୀ ଗାଁ ଲୋକ ଠାକୁର ଙ୍କ ଏହି ଅଲୌକିକ ଦୃଶ୍ୟ ଦେଖିବାକୁ ଭିଡ଼ ଜମିବାରେ ଲାଗିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *