ରାତି ପାହିଲେ ପୁରୀ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ସଜେଇ ହୋଇଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଲାଗିଲାଣି ଗହଳି ଚହଳି । ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡପତି । ୩ ରଥରେ ବସି ଗୁଣ୍ଡିଚା ଘରକୁ ଯିବେ ଶ୍ରୀଜିଉ । ଆଜି ଶ୍ରୀ ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପଟି ଦିଅଁଙ୍କ ନିକଟରୁ ତିନୋଟି ଆଜ୍ଞା ମାଳ ରଥ ଖଳାକୁ ବିଜେ କରିବା ପରେ ୩ ରଥକୁ ସିଂହଦ୍ୱାର ଯାଏ ଟାଣିଟାଣି ନିଆଯାଉଛି । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ବିଗ୍ରହ। ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡୁଛି । ତେଣୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆସନ୍ତାକାଲି ଦିନ ୧ଟାରେ ପହଣ୍ଡି ସହ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ ରଥଟଣା । ସୂର୍ୟ୍ୟାସ୍ତ ପରେ ରଥଟଣା ବାରଣ ଥିବାରୁ ୮ ତାରିଖରେ ପୁଣି ଥରେ ରଥଟଣା ଯିବ । ତେଣୁ ଚଳିତ ବର୍ଷ ଦୁଇ ଦିନ ରଥ ଟାଣିବାର ସୁଯୋଗ ପାଇବେ ଭକ୍ତ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now