ଟ୍ରେନ୍ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ

Spread the love

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି । ଶନିବାର ଦିନ ରାଜ୍ୟପାଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ଆହତଙ୍କ ଉତ୍ତମ ଚିକିତ୍ସା ସେବା ବିଷୟରେ ପଚାରି ବୁଝିଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହଯୋଗକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି ।

ରାଜ୍ୟପାଳ ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ପହଞ୍ଚି ଡାକ୍ତରୀଦଳ ସହ ଆଲୋଚନା କରିଥିଲେ ଏବଂ ଆହତଙ୍କୁ ଭେଟି ସେମାନଙ୍କ ସହ କଥା ହୋଇଥିଲେ ।

ତେବେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 288 କୁ ପହଞ୍ଚି ଥିବା ବେଳେ 800 ରୁ ଉର୍ଦ୍ଧ୍ୱ ଆହାତ ହେଇଥିବା ସୂଚନା ମିଳୁଛି । ରାଜ୍ୟପାଙ୍କ ବ୍ୟତିତ ପ୍ରଧାନ ମନ୍ତ୍ରୀ ମୋଦି, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦି ପ୍ରମୁଖ ନେତା ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆନୁଧ୍ୟାନ କରିଛନ୍ତି ।

Leave a Reply

Your email address will not be published. Required fields are marked *