ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ଜୀବନ

ପାଟୁଆ ଯାତ୍ରାରେ ଅଘଟଣ। ଶୋଭାଯାତ୍ରା ବେଳେ ଡିଜେ ଗାଡ଼ିରେ ବିଦ୍ୟୁତ୍ ତାର ଲାଗି ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ,୧୧ ରୁ ଅଧିକ ଗୁରୁତ୍ୱ ର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ହାଟୁଆରି ଗାଁରେ। ମୃତକ ମାନେ ହେଲେ ନୟାନନ୍ଦ ଗ୍ରାମର ମାନସ ମଲ୍ଲିକ, ଓ ଆରସା ଗ୍ରାମର ରୁବୁନ୍ ବୋଲି ଜଣାପଡ଼ିଛି। ପାଟୁଆ ମାନେ ରାତିରେ ଶୋଭାଯାତ୍ରାରେ ତିହିଡ଼ି ନୟIନନ୍ଦ ଗ୍ରାମର ଥିବା କଣ୍ଟିମଙ୍ଗଳା ପୀଠକୁ ଯାଉଥିବା ବେଳେ, ଡ଼ିଜେ ଗାଡ଼ି ଟି ୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣIସ୍ଥଳରେ ୨ଜଣଙ୍କ ମୃତୁ ହୋଇଥିବା ବେଳେ, ୧୧ରୁ ଅଧିକ ଆହତ ହୋଇଥିଲେ । ଆହତ ମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଖବର ପାଇ ଘଟଣା ସ୍ଥଳରେ ଘଟଣା ପୋଲିସ ପହଁଞ୍ଚି ୨ଟି ଶବକୁ ଜବତ କରି, ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ଅନ୍ୟ ପକ୍ଷରେ ଖବର ପାଇ ଭଦ୍ରକ ମେଡିକାଲ୍ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ଜିଲ୍ଲାପାଳ ଙ୍କ ସହ ବରିଷ୍ଠ ଅଧିକାରୀମାନେ ପହଁଞ୍ଚି ଥିଲେ। ଏଭଳି ଅଭାବନୀୟ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ। ତେବେ ସମସ୍ତ ଆହତ ସୁସ୍ଥ ଥିବା ଜଣାପଡ଼ିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *