ଧାମରାର ମୋହ ଛାଡି ପାରୁ ନାହାନ୍ତି ସରକାରୀ ଚାକିରିଆ, ଧାମରା କମ୍ପାନୀରେ ଠିକାଦାରୀ ଏବଂ ଜମି ଦଲାଲିରେ ଭରପୁର ସରକାରୀ ଗୋଷ୍ଠୀ

Spread the love

ଭଦ୍ରକ : ଭଦ୍ରକ ଜିଲା ଧାମରା ଏକ ଦଶନ୍ଧି ମଧ୍ୟରେ ଭଦ୍ରକ ଜିଲ୍ଲା ତଥା ପୂର୍ବ ଓଡିଶା ଏବଂ ଭାରତର ଏକ ସମୃଦ୍ଧ ଶିଳ୍ପ ନଗରୀ ମାନ୍ୟତା ପାଇବାକୁ ଯାଉଥିବା ବେଳେ ସରକାରୀ ଚାକିରିଆ, ବିଭିନ୍ନ କମ୍ପାନୀର ପଦାଧିକାରୀ ଏବଂ ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କର ଲକ୍ଷ୍ୟ ଏବେ ଧାମରାରେ । କିଛି ବର୍ଷ ପୂର୍ବେ ଧାମରା ଭଦ୍ରକ ଜିଲ୍ଲାର ପନିଶମେଣ୍ଟ ସ୍ଥାନ ଭାବେ ୧ନଂ ସ୍ଥାନ ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ଏହି ସ୍ଥାନ ସବୁ ବାବୁ ଭେୟା ମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ରାଜ୍ୟ ସରକାରଙ୍କ ବିଶେଷ କରି ଗୃହ ବିଭାଗ, ଗ୍ରାମ୍ୟ ଉନ୍ନୟନ, ବନ ବିଭାଗ, ଜଳସମ୍ପଦ, ଜଳ ନିଷ୍କାସନ ବିଶେଷ କରି ରାଜସ୍ୱ ବିଭାଗ ସହ ବିଭିନ୍ନ କମ୍ପାନୀର ପଦାଧିକାରୀ ମାନେ (ଧାମରା ବନ୍ଦର)ଧାମରାକୁ ନିଜର ଘର ଠାରୁ ବେଶୀ ଭଲ ପାଉଥିବା ନଜରକୁ ଆସିଛି । ବର୍ଷ ବର୍ଷ ଧରି ଏହି ସ୍ଥାନରେ ନିଯୁକ୍ତି ପାଇଥିବା କର୍ମଚାରୀ ଆଉ ଏଠାରୁ ଯିବାକୁ ପ୍ରସ୍ତୁତ ନୁହନ୍ତି । ଗୋଟିଏ ପଟରେ ଧାମରାର ଇଲିସ ଏବଂ ଚିଙ୍ଗୁଡି ଅନ୍ୟ ପଟରେ ରାତି ଅଧିଆ ଲକ୍ଷପତି ବନୁଥିବା କର୍ମଚାରୀ ମାନେ ସବୁ ପରିସ୍ଥିତିରେ ଉପରିସ୍ଥ ହାକିମ ମାନଙ୍କୁ ଲକ୍ଷାଧିକ ଟଙ୍କା ହାତ ଗୁଞ୍ଜା ଦେଇ ଧାମରାରେ ରହିବାକୁ ପଛାଉ ନାହାନ୍ତି ।

ବିଗତ ଦିନରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡ. ଅରବିନ୍ଦ ପାଢୀ ବହୁ ସମୟରେ ଭଦ୍ରକ ତଥା ଧାମରା ରେ ସେହି ସମୟରେ ଦୀର୍ଘ ଦିନ ଧରି ରହି ଆସୁଥିବା ସରକାରୀ କର୍ମଚାରୀଙ୍କୁ ତତକ୍ଷଣାତ ଜିଲ୍ଲା ବାହାରକୁ ବଦଳି କରି ଦେଉଥିଲେ । ସମୟ ଅତିକ୍ରାନ୍ତ ପୂର୍ବକ ବର୍ତମାନ କମ୍ପାନୀ କର୍ମଚାରୀଙ୍କ ସମେତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀ ମାନେ ଚିଙ୍ଗୁଡି ଚାଷ ,ଧାମରାରେ ଜମି ଦଲାଲ , ଧାମରା ବନ୍ଦର ମଧ୍ୟରେ ଠିକାଦାରୀ ଏବଂ ଧାମରା ବନ୍ଦରରେ ନିଜର ଟ୍ରକ ଟିପ୍ପର ଲଗାଇବାରେ ରେ ଭାଗୀଦାର ହେଉଥିବା ଦୃଷ୍ଟି ଗୋଚର ହେଉଛି । ଧାମରାରେ ଚାକିରୀ କରୁଥିବା ସରକାରୀ କର୍ମଚାରୀ ମାନେ ୩ବର୍ଷ କଣ ୫ବର୍ଷରେ ମଧ୍ୟ ବଦଳି ହେବା କଥା ନାଁ ଧରୁ ନଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ କଣ ସରକାରୀ ନିୟମ କିଛି ନାହିଁ ବୋଲି ସର୍ବସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି । ନିକଟରେ ଏହି ସମସ୍ତ ବିଷୟରେ ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଆରକ୍ଷୀ ଅଧୀକ୍ଷକ, ପୂର୍ବାଞ୍ଚଳ ଆଇ .ଜି, ସମସ୍ତ ବିଭାଗର କାଯ୍ର୍ୟ ନିର୍ବାହୀ ତଥା ଅଧୀକ୍ଷଣ ଯନ୍ତ୍ରୀ ,ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଚାନ୍ଦବାଲି ତହସିଲଦାର, ବିଡିଓ, ବ୍ଲକ ଶିକ୍ଷାଧିକାରୀଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଏଥିସହ ଏହି ଅଞ୍ଚଳରେ ଚାକିରୀ କରିଥିବା ସରକାରୀ କର୍ମଚାରୀ ଅସାଧୁ ଉପାୟରେ ନିଜର ସ୍ୱାର୍ଥ ସାଧନ ପାଇଁ ନିଜ ନିର୍ବାଚନମଣ୍ଡଳୀ ନେତା ତଥା ରାଜନୈତିକ ନେତୃବୃନ୍ଦ ମାନଙ୍କୁ ଧରି ନିଜର ବଦଳି ଆଦେଶ ରବ୍ଦ କରୁଥିବା ଜଣାଯାଇଛି ।

ନିକଟରେ ଏହି ପରି ଖୋସାମତି କରି ରହିଥିବା ଧାମରା ବନ୍ଦରର କିଛି କର୍ମଚାରୀ ପୁରୁଣା ଲୁହା ଲକଡ ବିକ୍ରି କରି ରାତାରାତି କୋଟି ପତି ପାଲଟିଥିବା ନେଇ ଧାମରା ଥାନାରେ ଅଭିଯୋଗ ହୋଇଥିବା ଧାମରା ଥାନାର କିଛି କର୍ମଚାରୀ ଏହି ସମସ୍ତ କାଯ୍ର୍ୟରେ ସଂପୃକ୍ତ ବୋଲି ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହେବା ସହ ସଂପୃକ୍ତ ବନ୍ଦର କର୍ମଚାରୀକୁ ବନ୍ଦର କର୍ତୁପକ୍ଷ କେବଳ ଚାକିରୀରୁ ଛୁଟି କରିଦେଇଥିବା ବେଳେ ଅନ୍ୟ ବିଭାଗରେ ବହୁ କର୍ମଚାରୀ ଏହି ଚୋରୀରେ ସାମିଲ ବୋଲି ମଧ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ନିକଟରେ କିଛି ସରକାରୀ କର୍ମଚାରୀ ,ରାଜ୍ୟ ସ୍ତରୀୟ ବହୁ ଅମଲାତନ୍ତ୍ରୀ ଏବଂ ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ଧାମରା,ଦୋସିଙ୍ଗା, କଇଥଖୋଲା ଏବଂ କରଞମାଳ ମୌଜାରେ ୨୦ ଏକରରୁ ଉର୍ଦ୍ଦ୍ୱ ସରକାରୀ ଜମିକୁ ନିଜେ ଭୂମିହୀନ ଦର୍ଶାଇ ନିଜ ନାମରେ ନାମିତ କରି ନେଇଥିବା ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଛି, କେବଳ ଧର୍ମକୁ ସାକ୍ଷୀ ରଖି ଏ ନେଇ ଖୋଳତାଡ ଚାଲିଛି ମାତ୍ର ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ?ବହୁ ସରକାରୀ କର୍ମଚାରୀ ଖୋଲାଖୋଲି ଭାବରେ ତାଙ୍କୁ କେହି ଧାମରାରୁ ବଦଳି କରି ପାରିବେ ନାହିଁ ବୋଲି ସାଧାରଣରେ ଚ୍ୟାଲେଞ୍ଜ କରୁଥିବା ଜଣାଯାଇଛି । ବହୁ ସରକାରୀ କାଗଜପତ୍ର ସରକାରୀ ଦପ୍ତରରୁ ଉଭାନ ହୋଇ ଯାଉଛି ଏଥିରେ ରାଜ୍ୟ ସରକାରଙ୍କ ବହୁ କର୍ମଚାରୀ ସମ୍ପୃକ୍ତ ଥିବା ବେଳେ ଏନେଇ ଏକ ବେସରକାରୀ ସଙ୍ଗଠନ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଲେଣି । ବେଳ ଥାଉ ଥାଉ ଜିଲ୍ଲାପାଳ ତଥା କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଏହି ସବୁ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଥିବା ବେଳେ ସରକାରୀ ତଥା କମ୍ପାନୀ କର୍ତୁପକ୍ଷ କମ୍ପାନୀ/ସରକାରୀକା ମାଲ ଦରିଆ ମେ ଡାଲ ନୀତିକୁ ଆପଣାଇ ନେଇ ରାତାରାତି ଲକ୍ଷ ପତି ହେବା ସ୍ୱପ୍ନରେ ମଶଗୁଲ।

Leave a Reply

Your email address will not be published. Required fields are marked *