କଲବଲ କରୁଛି ଅଘୋଷିତ ବିଦ୍ୟୁତ କାଟ୍

Spread the love

ଅଘୋଷିତ ବିଦ୍ୟୁତ କାଟ୍ ପାଇଁ କଲବଲ ମାଲକାନଗିରି ଜିଲ୍ଲାବାସୀ। ଦିନ ହେଉ ବା ରାତି, ନିୟମିତ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଯୋଗୁ ମାଲକାନଗିରି ଜିଲ୍ଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ସହର ହୋଉ ଅବା ଗ୍ରାମାଞ୍ଚଳ ପ୍ରତି ଦିନ ୨ ରୁ ୪ ଘଣ୍ଟା ବିଦ୍ୟୁତ କାଟ କରୁଛି ଟାଟା ପାୱାର । ନାଁ ବର୍ଷା, ନା ଝଡତୋଫାନ, ମେଣ୍ଟେନାନ୍ସ ନାମରେ ଏମତି ମନମୁଖି ବିଦ୍ୟୁତ କାଟ ମାଲକାନଗିରି ଜିଲ୍ଲାବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି କରିଛି । ବିଶେଷ କରି ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଅଫିସ ଅଦାଲତରେ ସରକାରୀ କାମ ବିଶେଷ ଭାବେ ପ୍ରଭାବିତ ହୋଉଛି । ଲୋକେ ଅସହ୍ୟ ଗୁଳୁଗୁଳି ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ଗତକାଲି ଅପରାହ୍ନ ୪ ରୁ ମଧ୍ୟ ରାତ୍ର ଯାଏଁ ବିଦ୍ୟୁତ ନଥିବା ଯୋଗୁ ସାଧାରଣ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *