ଅଧାପନ୍ତୁରିଆ ବାଙ୍କୁଆ ବ୍ରିଜ ସାଜିଛି ଦୁଃଖ

Spread the love

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଏ.ବରିଡା ପଞ୍ଚାୟତ ର ଶତାଧିକ ଚାଷୀଙ୍କ ଚାଷ ଜମିକୁ ଯିବାକୁ ନାହିଁ ରାସ୍ତା l ବାଙ୍କୁଆ ନାଳ ସାଜିଛି ବାଧକ l ବର୍ଷ ତମାମ ନାଳରେ ପାଣି ରହିବା କାରଣରୁ ଚାଷ ଜମିକୁ ଯିବାରେ ଚାଷୀ ଅସୁବିଧା ଭୋଗୁଥିବା ବେଳେ କିଛି ବର୍ଷ ପୂର୍ବେ ଏହି ନାଳ ଉପରେ ମନେରେଗା ରେ ବ୍ରିଜ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ମଧ୍ୟ ଏଯାବତ ନିର୍ମାଣ ହୋଇପାରିଲା ନାହିଁ ବ୍ରିଜ l ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ l

ମନରେଗା ଯୋଜନାରେ ଅର୍ଦ୍ଧନିର୍ମିତ ବାଙ୍କୁଆ ନାଳ ବ୍ରିଜ କିଛି ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଏ. ବରିଡା ଗ୍ରାମର ଶତାଧିକ ଚାଷୀଙ୍କୁ ଦେଇଥିଲା ନୂଆ ଆଶା l ବର୍ଷ ତମାମ ଭୋଗୁଥିବା ଦୁଃଖ ଦୁର୍ଦଶାର ଅନ୍ତ ନେଇ ଏହି ସେତୁ ଚାଷୀଙ୍କୁ ଦେଇଥିଲା ଭରସା l ତେବେ ବ୍ରିଜ ଆଜି ଚାଷୀଙ୍କୁ ଦେଉଛି ଦୁଃଖ l ବାଙ୍କୁଆ ନାଳ ଉପରେ ବ୍ରିଜ ପରିବର୍ତ୍ତେ କେବଳ ତିନୋଟି କଂକ୍ରିଟ ସ୍ତମ୍ଭ ନିର୍ମାଣ କରି କାମ ଠପ ପଡିଛି l ଫଳରେ ନାଳ ସେପଟେ ରହିଥିବା ଶହ ଶହ ଏକର ଚାଷ ଜମିକୁ ଯା ଆସ କରିବା ଚାଷୀ ଙ୍କ ପାଇଁ  କଷ୍ଟକର ହୋଇଛି l ବିଶେଷ କରି ବର୍ଷା ଦିନେ ଚାଷୀ ବଢ଼ି ପାଣିରେ ବିପଦ ସଂକୁଳ ଅବସ୍ଥାରେ ଉତ୍ପାଦିତ ଶସ୍ୟ ଆଣୁଥିବା ବେଳେ ଯଥାଶୀଘ୍ର ଏହି ବ୍ରିଜ ନିର୍ମାଣ ଦାବି କରିଛନ୍ତି ଚାଷୀ l

କିଛି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ମନରେଗା ଯୋଜନାରେ ଏଠାରେ ବ୍ରିଜ ନିର୍ମାଣ ଆରମ୍ଭ କରାଯାଇଥିଲା। ହେଲେ ତିନୋଟି ସ୍ତମ୍ଭ କରିବା ପରେ କାମ ଠପ ପଡିଛି। ତେଣୁ ଠିକାଦାର ସେତୁ ନିର୍ମାଣ ନକରି ଟଙ୍କା ଆତ୍ମସାତ କରିଥିବା ହୋଇଛି ଅଭିଯୋଗ l ତେବେ ଏଠି ପ୍ରଶ୍ନ ଉଠୁଛି ବ୍ରିଜ ନିର୍ମାଣ ନ ହେଉଣୁ ଟଙ୍କା ମଞ୍ଜୁର ହେଲା କିଭଳି ? କାହିଁକି ଅଧପନ୍ତରିଆ ହୋଇ ପଡିଛି ବ୍ରିଜ ନିର୍ମାଣ? ଅନ୍ୟପଟେ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବା ନେଇ ଜିଲ୍ଲାପରିଷ ସଭ୍ୟ ଓ ସ୍ଥାନୀୟ ସରପଞ୍ଚ କହିଛନ୍ତି।  

ପୀତବାସ ଦାଶ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *