ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ୱର : ଚଳିତବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ପିଲାଙ୍କ ଉତ୍ତମ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ବର୍ଷସାରା କଠିନ ପରିଶ୍ରମର ଫଳ ଏବଂ ସଫଳତାକୁ ଉପଭୋଗ କରିବାର ଏକ ସ୍ମରଣୀୟ ଅବସର । କଠୋର ପରିଶ୍ରମ ଏବଂ ଉତ୍ସର୍ଗ ମନୋଭାବ ସମସ୍ତଙ୍କୁ ସଫଳତା ଆଣିଦେଇଛି । ଅନେକ ଛାତ୍ରଛାତ୍ରୀମାନେ ହୁଏତ ନିଜ ଆଶାନୁରୂପକ ସଫଳତା ପାଇପାରିନାହାନ୍ତି । କିନ୍ତୁ ସେମାନେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ଗୋଟିଏ ପରୀକ୍ଷା ଜଣେ ବ୍ୟକ୍ତିର ସାମର୍ଥ୍ୟକୁ ନିର୍ଦ୍ଧାରଣ କରେ ନାହିଁ । ଆଗାମୀ ଦିନରେ ପରିଶ୍ରମ ଜାରି ରଖିବା ସହ ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା କରିବା ଉଚିତ୍ । ଯେଉଁମାନେ କେବେ ହାର୍ ମାନନ୍ତି ନାହିଁ, ସେମାନଙ୍କୁ ହିଁ ସଫଳତା ପ୍ରାପ୍ତ ହୋଇଥାଏ ।

ବିଗତ ବର୍ଷ ଧରି ଛାତ୍ରୀମାନଙ୍କର ପରୀକ୍ଷାରେ ପ୍ରଦର୍ଶନ ଉଲ୍ଲେଖନୀୟ । ଚଳିତବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କ ଠାରୁ ଭଲ କରିଛନ୍ତି । ସମାଜରେ ଛାତ୍ରୀଙ୍କ ଶିକ୍ଷା ପ୍ରତିବନ୍ଧକକୁ ଦୂର କରିବା ଦିଗରେ ଏହା ଏକ ଭଲ ସଙ୍କେତ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *