ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ମୋଦିଜୀଙ୍କ ବାର୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Spread the love

ଗୁଡିଆକାଟେଣୀ/ହିନ୍ଦୋଳଭୁବନେଶ୍ୱର : ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ‘ସଂଯୁକ୍ତା ମୋର୍ଚ୍ଚା’ ବୈଠକରେ ଯୋଗଦେଇ ଢେଙ୍କାନାଳ ପ୍ରତି ମୋଦି ସରକାର ନେଇଥିବା ଦାୟିତ୍ୱର ବାର୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ସବୁ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ କହିଛନ୍ତି ଯେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଗରିବ ଲୋକଙ୍କର ଅଦ୍ୱିତୀୟ ନେତା । ବିଶ୍ୱ ଆଜି ତାଙ୍କୁ ଭରସା କରୁଛି । ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆଦର ଓ ସମ୍ମାନ ବଢୁଛି । ଏହି ଆଦର ସମ୍ମାନ ୧୪୦ କୋଟି ଭାରତୀୟଙ୍କର । କୋଭିଡ୍ ମହାମାରୀରେ ସୁପରିଚାଳନା ସହ ବିଭିନ୍ନ ସମୟରେ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ମୋଦିଜୀ ଆଜି ବିଶ୍ୱର ଲୋକପ୍ରିୟ ନେତା ହୋଇପାରିଛନ୍ତି । ଢ଼େଙ୍କାନାଳକୁ ଅକାଂକ୍ଷୀ ଜିଲ୍ଲା ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ମୋଦି ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ, ମୁଦ୍ରା, ଜନଧନ, ସ୍ୱନିଧି, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଯୋଜନାର ଲାଭ ଜିଲ୍ଲାର ନାଗରିକମାନେ ପାଇଛନ୍ତି ।

ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ ୨.୨୨ ଲକ୍ଷ କୋଟି ଅନୁଦାନ ମିଳିଛି । ଚତୁର୍ଦ୍ଦଶ କମିଶନରେ ଓଡ଼ିଶାକୁ ୧.୮୪ ଲକ୍ଷ କୋଟି ଏବଂ ତ୍ରୟୋଦ୍ଦଶ ଅର୍ଥ କମିଶନରେ ୬୯ ହଜାର ୩୧୬ କୋଟି ମିଳିଥିଲା । ଖଣି ନୀତିରେ ସଂସ୍କାର କାରଣରୁ ଓଡ଼ିଶା ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ପାଇଛି । ପୂର୍ବ ସରକାରରେ ଓଡ଼ିଶା ମାତ୍ର ୫ ହଜାର ରାଜସ୍ୱ ପାଉଥିଲା । ଓଡ଼ିଶାରେ ୨୦୨୩ ଜାନୁଆରୀ ସୁଦ୍ଧା ୨୧ ହଜାର ୩୭୪ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି । ଏହା ହିଁ ଜନକଲ୍ୟାଣକାରୀ ସରକାର । ମାତ୍ର ଓଡ଼ିଶାରେ ଗରିବ ବିରୋଧୀ ସରକାର କାରଣରୁ ମୋଦି ସରକାରଙ୍କ ଯୋଜନାର ସଠିକ୍ କ୍ରିୟାନ୍ୱୟନ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆତ୍ମପ୍ରଚାର କରୁଥିବା ଲୋକ ରାଜ୍ୟରେ ୫୦ ପ୍ରତିଶତ ଦୁର୍ନୀତିର ସୂତ୍ରଧର । ଓଡ଼ିଶା ଆଜି ସଙ୍ଗୀନ ବ୍ୟବସ୍ଥାରେ ଅଛି, ଏହାର ସମୟ ଆସିଛି ପରିବର୍ତନ । ଏଥିପାଇଁ ଦଳ ଜନଜାଗରଣ କରିବ । ରାଜ୍ୟ ସରକାରଙ୍କ ବିରୋଧରେ ବ୍ୟାପକ ଜନଜାଗରଣ କରିବା ପାଇଁ ଦଳ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *