ମାତିଛି ଅଜଣା ରୋଗ

Spread the love

କାମାକ୍ଷାନଗର:  ଅଜଣା ରୋଗରେ ଆକ୍ରାନ୍ତ ଶତାଧିକ ଗାଈଗୋରୁ । ପ୍ରଥମେ ଗୋରୁଙ୍କ ଦେହରେ ବଥ ହେବା ସହ ବଥ ଫାଟି ଘା ହୋଇଯାଉଛି। ଏବଂ ଘାରେ ରକ୍ତ ପୁଜ ବାହାରିବା ସହ ପୋକ ହୋଇଯିବାରୁ କମ ଦିନରେ ମୃତ୍ୟୁ ବରଣ କରୁଛନ୍ତି ଗାଈ ଗୋରୁ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଆସନ୍ତୁ ଦେଖିବା ଏହି ରିପୋର୍ଟ।

ଢେଙ୍କାନଳ ଜିଲ୍ଲା କଙ୍କଡାହାଡ ବ୍ଲକ ରାଇବୋଲ ପଞ୍ଛାୟତ କୋରିଆପାଳ ଗ୍ରାମରେ ଗାଈଗୋରୁ ଙ୍କ ଦେହରେ ମାତିଛି ଅଜଣା ରୋଗ । ଶରୀରରେ  ପ୍ରଥମେ ବଥ ଭଳି ହୋଇ ବଥଟି ଫାଟି ଯାଉଛି। ଏବଂ ସେଥିରୁ ରକ୍ତ ପୁଜ ବାହାରି ପୋକ ହେଇଯାଉଛି ।  ଏହା ପରେ ଗାଈ ଗୋରୁ ଖାଇବା ପିଇବା ଛାଡି ଦେବା ପରେ  କିଛିଦିନ ଭିତରେ ମୃତ୍ୟୁ ହୋଇଯାଉଛି।  ବିଶେଷ କରି ଗୋରୁଙ୍କ  ପେଟ, ମୁହଁ ଓ ଗୋଡରେ ବଥ ହେଉଛି। ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଥିବାବେଳେ  ବର୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଏହି  ଅଜଣା ରୋଗ ଯୋଗୁଁ  ବଳଦ  କାମ କରିପାରୁ ନାହାନ୍ତି। ଫଳରେ ଅମଳରେ ବାଧାସୃଷ୍ଟି ହେଉଛି।

ଅପରପକ୍ଷେ ପଶୁଚିକିତ୍ସାଧିକାରୀ ଗାଁରେ ପହଞ୍ଚି କେବଳ ଗୋଟିଏ ଗୋଟିଏ ଟିକା ଦେଇ କାମ ସାରିଦେଇଥିବାବେଳେ  ସେ ଟିକାରେ କୌଣସି ଗୋରୁ ଭଲ ହେଉନଥିବା ଅଭିଯୋଗ ହୋଇଛି । ଏନେଇ ଆମେ ଉପଖଣ୍ଡ ପ୍ରାଣୀ ଚିକିତ୍ସକଙ୍କ ସହ କଥା ହେଇଥିଲୁ କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଥିଲେ। କେବଳ ଏତିକି କହିଛନ୍ତି ଏହା ଏକ ସ୍କିନ ଡିଜିଜ । ତେବେ  କେବଳ କାମାକ୍ଷାନଗର ଉପଖଣ୍ଡରେ ନୁହେଁ ବରଂ ସାରା ରାଜ୍ୟରେ ଏଭଳି ରୋଗ ଦେଖା ଦେଇଛି। ଏଥିପାଇଁ କୌଣସି ଔଷଧ ବାହାରିନାହିଁ, କେବଳ ଟୀକା ଦେଇ ପ୍ରତିରୋଧ କରାଯାଇପାରିବ ।

ସୈାମେନ୍ଦ୍ର କୁମାର ସାହୁ

Leave a Reply

Your email address will not be published. Required fields are marked *