ଦିଗପହଣ୍ଡି ରେଞ୍ଜରଙ୍କ ଘର ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

Spread the love

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ ଧରିଥିଲା। ତାଙ୍କ ମାରୁତି ସ୍ବିଫ୍ଟ କାରରେ ଦେଢ ଲକ୍ଷ ନଗଦ ଟଙ୍କା ଥିବା ଭିଜିଲାନ୍ସ ଟିମ୍ ଦେଖିବାକୁ ପାଇଥିଲା। ଏହା ଅନୈତିକ ଉପାୟରେ ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଅର୍ଜନ କରିଥିବା ଭିଜିଲାନ୍ସ ସନ୍ଦେହ କରିଥିଲା। ଠିକ୍ ସେହିପରି ଅନ୍ୟ ସ୍ଥାନରୁ ତାଙ୍କର ନଗଦ ସାଢେ ୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏପରି ମୋଟ ୫ ଲକ୍ଷ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ। ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ରେଞ୍ଜର। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଏହା ପରେ ଆୟ ବହିର୍ଭତ ସମ୍ପତି ଏଙ୍ଗେଲରେ ତାଙ୍କ ସହ ଜଡିତ ତିନୋଟି ସ୍ଥାନରେ ଚଢାଉ ଜାରୀ ରହିଛି । ଏହାର ସବିଶେଷ ବିବରଣୀ ମିଳି ପାରି ନାହିଁ।

Leave a Reply

Your email address will not be published. Required fields are marked *