ମାଲକାନଗିରି : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ୱ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ । ଆଜି ମାଲକାନଗିରି ତହସିଲର ସିନ୍ଧ୍ରିମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଟଙ୍କା ସହ ଧରିଛି ଭିଜିଲାନ୍ସ। ମାଲକାନଗିରି ଏୟାରଷ୍ଟ୍ରିପ୍ ଲାଗି ଜମି ହରାଇଥିବା ଲୋକଙ୍କ ଠାରୁ ସୀମାଞ୍ଚଳ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେ ୭ ଲକ୍ଷ ୪୪ ହଜାର ଟଙ୍କାର କ୍ଷତିପୂରଣ ମଞ୍ଜୁର ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖବର ପାଇ ମାଡ଼ି ବସିଥିଲା ଭିଜିଲାନ୍ସ। ଗୌଡ଼ଗୁଡ଼ା ପଞ୍ଚାୟତରେ ଏହି ଲାଞ୍ଚ କାରବାର ଚାଲିଥିବା ବେଳେ ଠିକ୍ ସମୟରେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରାଜସ୍ୱ ନିରୀକ୍ଷକଙ୍କୁ ଧରିଥିଲା।ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ନେଇ ଅଧିକ ତଦନ୍ତ ଚାଲିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now