ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ  ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

Spread the love

ଭୁବନେଶ୍ବର: ଭୁବନେଶ୍ବର ଆରଡବ୍ଲୁଏସଏସ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଭୁବନେଶ୍ବର , ସମ୍ବଲପୁର , ବରଗଡ, ଖୋର୍ଦ୍ଧାରେ ଏକକାଳୀନ ୬ଟି ସ୍ଥାନରେ ଏକକାଳୀନ  ଚଢଉ ଜାରି ରଖିଛି ଭିଜିଲାନ୍ସ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଡବ୍ଲୁଏସଏସ ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ରେଡ। ଭୁବନେଶ୍ବର ଖାରବେଳନଗର ବାସଭବନ ସହ ଆରଡବ୍ଲୁଏସଏସ କାର୍ଯ୍ୟାଳୟ ଏବଂ ସମ୍ପର୍କିୟଙ୍କ ଘରେ ରେଡ୍ ଚାଲିଛି । ଚଢାଉରେ ୫ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ସେହିପରି ଖାରବେଳ ନଗରରେ ଥିବା ବାସ ଭବନରେ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ପାସବୁକ ଯାଞ୍ଚ କରାଯାଉଛି ।

ଖାରବେଳନଗର ବାସ ଭବନର ଚଢାଉ ବେଳେ ନିହାର ଙ୍କ ଘରୁ ମିଳିଛି ୫୦୦ଟଙ୍କିଆ ପୁରୁଣା ନୋଟ ବିଡା। ସେପଟେ ନିହାର ରଞ୍ଜନ ଦାସଙ୍କ ପୈତୃକ ଘରେ ରେଡ କରାଯାଇଛି l ଦୀର୍ଘବର୍ଷ ହେବ ବନ୍ଦ ରହିଛି ଗାଁ ଘର ।  ବନ୍ଦ ଘରକୁ  ଭିଜିଲାନ୍ସ ଖୋଲି ଚେକ କରିଛି l  ତାଙ୍କର କେତୋଟି ବ୍ୟାଙ୍କ ଆକାଉଣ୍ଟ  କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହା ଛାନଭିନ ଆରମ୍ଭ କରିଛି ଭିଜିଲାନ୍ସ । ଏହି ରେଡ କାଳରେ କିଛି ଗୁରୁତ୍ବ ପୂର୍ଣ୍ଣ କାଗଜ ପତ୍ର ଭିଜିଲାସନ୍ସ ପାଇଥିବା ଜଣାପଡିଛି l ଏହି କାଗଜ ପତ୍ର ନିହାରଙ୍କର ନା ତାଙ୍କ ବାପାଙ୍କର ତାହା ଜଣାପଡ଼ିନାହିଁ l

Leave a Reply

Your email address will not be published. Required fields are marked *