ମଦ୍ୟପ ଶିକ୍ଷକଙ୍କ ବହିଷ୍କାର ପାଇଁ ଜୋର ଧରୁଛି ଦାବି

Spread the love

ବୁଗୁଡା: ମଦ୍ୟପ ଶିକ୍ଷକଙ୍କୁ ବହିଷ୍କାର କରିବାକୁ ଗ୍ରାମବାସୀଙ୍କ ଦାବି। ମଦ୍ୟପ ଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ଗଞ୍ଜାମଜିଲ୍ଲା ବୁଗୁଡା ସୋଳମଇଲି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏପରି ଦାବି ହେଉଛି।

ବୁଗୁଡା ସୋଳମଇଲି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ଶିକ୍ଷକ ମଦ୍ୟପାନ କରି ସ୍କୁଲ ଆସୁଥିବା ଅଭିଯୋଗ ହେଇଛି। ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଥିବା ବେଳେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଥିଲା। ହେଲେ ଶିକ୍ଷକ ଜଣକ ମଦ୍ୟପାନ କରି ସ୍କୁଲକୁ ଆସୁଛନ୍ତି। ପିଲାଙ୍କୁ ପାଠ ନ ପଢାଇ ଦୁର୍ବ୍ୟବହାର କରୁଛନ୍ତି। ଏହାକୁ ନେଇ ପିଲା ଓ ଅଭିଭାବକ ମହଲରେ ଦେଖାଦେଇଛି ଅସନ୍ତୋଷ। ଏହି ମଦ୍ୟପ ଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ବହୁ ପିଲାମାନେ ଟିସିନେଇ ଅନ୍ୟ ସ୍କୁଲକୁ ଚାଲିଯିବାକୁ ଇଛା ପ୍ରକଟ କରୁଛନ୍ତି। ଏହାକୁ ଦେଖି ଶିକ୍ଷକଙ୍କୁ ତୁରନ୍ତ ବହିଷ୍କାର କରି ପୁଣି ନୂତନ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *