ଭାଇରାଲ ଭିଡିଓ: ଡିସିପିଙ୍କ ପ୍ରତିକ୍ରିୟା

କଟକ:  କଟକ ଜଗତପୁର ଅଞ୍ଚଳରେ ପୋଲିସ ଉପସ୍ଥିତିରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିର୍ଯାତନା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି ପିନାକ ମିଶ୍ର।ଭାଇରାଲ ଭିଡ଼ିଓରେ ଉପସ୍ଥିତ ଥିବା ପୋଲିସଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ପୋଲିସ ଉପସ୍ଥିତରେ ଅନ୍ୟମାନେ ମାଡ଼ମାରୁଛନ୍ତି ସେ ନେଇ କାରଣ ଦର୍ଶଅ ନୋଟିସ ହୋଇଛି।

ଜଗତପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏକ ମାମଲା ରୁଜୁ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଗ୍ରହଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।ତେବେ କଟକ ଜଗତ ପୁର ଅଞ୍ଚଳରେ ଜଣେ ହସ୍ପିଟାଲ ମାଲିକ ଓ ଆଉ ଜଣେ ତାଙ୍କ ସହଯୋଗୀ ଭିନ୍ନକ୍ଷମ ବ୍ୟକ୍ତିକୁ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା। ମାଡ଼ ମାରିଥିବା ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି ଓ ତଦନ୍ତ ଚାଲିଛି ବୋଲି କହିଛନ୍ତି କଟକ ଡିସିପି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *