ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ : ଜଗନ୍ନାଥ ସାରକା, ଆଇନ ମନ୍ତ୍ରୀ

Spread the love

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିଛି କି ନହଜିଛି ଆମେ ସେ ବିଷୟରେ ଜାଣିନୁ ବୋଲି କହିଛନ୍ତି ରାଜ୍ୟର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପିର ହାଇକୋର୍ଟରେ ପିଟିସନ ନେଇ କରାଯାଇଥିବା ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶ୍ରୀମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହାଇକୋର୍ଟ ଯାଇଛି । ଯାହା ନିର୍ଦ୍ଦେଶ ଆସିବ ହାଇକୋର୍ଟଙ୍କ ପକ୍ଷରୁ ତାକୁ ରାଜ୍ୟ ସରକାର ବିଚାର ବିମର୍ଶ କରି ପଦକ୍ଷେପ ନେବେ । ବିଭିନ୍ନ ସ୍ତରରେ ଭିନ୍ନ ଲୋକ ରାଜନୀତି କରନ୍ତି । କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତିକରଣ ଲାଗି ପ୍ରତିଶ୍ରୁତି ବଦ୍ଧ ।

Leave a Reply

Your email address will not be published. Required fields are marked *