ଭୁବନେଶ୍ୱର, 18 ଜୁନ – ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିବା କଥା ଚିନ୍ତାଜନକ ଓ ଗମ୍ଭୀର ବିଷୟ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ସେ ଟ୍ୱିଟ କରି କହିଛନ୍ତି ଯେ -ଓଡିଶା ସରକାରଙ୍କ ବିଧାୟକ ଏବଂ ପୂର୍ବମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ନିଜ ବୟାନରେ ଗତକାଲି ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟ ମଧ୍ୟରେ ବିଭିନ୍ନ ସ୍ଥାନ ବୁଲିପାରୁନାହାନ୍ତି ଅର୍ଥାତ ବୁଲିଵା ପାଇଁ ଅସମର୍ଥ ଅଟନ୍ତି l ଆମେ ସମସ୍ତେ ଗଭୀର ଭାବେ ଚିନ୍ତିତ ! ଏହା ଏକ ସଂଗୀନ ବିଷୟ l କାହିଁକି ଅସମର୍ଥ? କଣ ହେଇଛି?ଓଡ଼ିଶାର ଜନସାଧାରଣ ଏବଂ ମତଦାତା ଏହାର କାରଣ ନିଶ୍ଚିନ୍ତ ଭାବେ ଜାଣିବାକୁ ଚାହିଁବେ ବୋଲି ସେ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now