କୁଆଡେ ଗଲେ ପ୍ରଶାନ୍ତ?

Spread the love

ଜଗତସିଂହପୁର: ବାପା ମାଙ୍କ ବୃଦ୍ଧ ଦିନର ସାହା ଭରଷା ଥିଲେ ପ୍ରଶାନ୍ତ।  ଆଉ କିଛି ଦିନ ପରେ ବିଭାଘର ହୋଇଥାନ୍ତା । ସଂସାର କରିଥାନ୍ତେ। ହେଲେ ସବୁ କିଛି ହୋଇଗଲା ଓଲଟପାଲଟ । ଦୁଇମାସ ଧରି କୁଆଡେ ଯାଇଛନ୍ତି ଯେ, ଆଉ ପତ୍ତା ମିଳୁନି।  ପ୍ରଶାନ୍ତ ତା ସାଙ୍ଗ ସହ ଗୋଟିଏ ବାଇକ୍ ରେ ଯାଉଥିବା ସିସି ଟିଭି ଭିଡ଼ିଓ ଓ ଫଟୋ ପୋଲିସ କୁ ପରିବାର ଲୋକ ଦେବାପରେ ମଧ୍ୟ ଫଳ ଶୂନ୍ ।  ୨ ମାସ ଧରୀ ପୋଲିସ ଠାରୁ ଆର୍ମଭ କରି ପ୍ରଶାସନ ପାଖରେ ଗହାରୀ କରି ମଧ୍ୟ ଫଳ ଶୂନ୍ୟ।  

କେଉଁଠି ଏବେ ପ୍ରଶାନ୍ତ ? ପ୍ରଶାନ୍ତ ଜୀବିତ ନା ମୃତ ? ଏଭଳି ନାନା ପ୍ରଶ୍ନ କୁ ଧରି ବାହୁନି କାନ୍ଦୁଛନ୍ତି ପ୍ରଶାନ୍ତଙ୍କ ମା । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଭଟଣା ଗ୍ରାମର ପ୍ରମୋଦ ଲେଙ୍କାଙ୍କ 30 ବର୍ଷ ର ପୁଅ ପ୍ରଶାନ୍ତ ଲେଙ୍କାଙ୍କ ନିଖୋଜ ଘଟଣାକୁ ପୁରିଛି ଦୁଇ ମାସ। ହେଲେ ମିଳି ପାରୁନି ତାଙ୍କ ପତ୍ତା।

 ସୂଚନା ଅନୁଯାୟୀ ଅକ୍ଟୋବର ୧୪ ତାରିଖ ରେ ପ୍ରଶାନ୍ତ ଙ୍କ ପାଖକୁ ଏକ ଫୋନ କଲ ଆସିଲା। ଏହି ଫୋନ୍‌ କଲ ପରେ ସେ ଯାଇଛନ୍ତି ଯେ ଯାଇଛନ୍ତି , ଆଉ ଫେରି ନାହାନ୍ତି । ପ୍ରଶାନ୍ତ ଙ୍କୁ ତାଙ୍କ ସାଙ୍ଗ ଅପହରଣ କରି ନେଇଥିବା ଓ ପ୍ରଶାନ୍ତ ତାଙ୍କ ସାଙ୍ଗ ସହ ଗୋଟିଏ ବାଇକ୍ ରେ ଯାଉଥିବା ସିସି ଟିଭି ଭିଡ଼ିଓ ଓ ଫଟୋ ପୋଲିସ କୁ ପରିବାର ଲୋକ ଦେବାପରେ ମଧ୍ୟ ଫଳ ଶୂନ୍ ।

ମା’ର ଆଖିରୁ ସୁଖୁନି ଲୁହ । କଟକ ଜିଲ୍ଲା ନିଆଳି ବ୍ଲକ୍ ନିଭରଣ ଗ୍ରାମର ଚିକୁ ମହାନ୍ତି ତାଙ୍କୁ ଫୋନ କରି ଡାକିଲେ ଆଉ ପ୍ରଶାନ୍ତ ବାହାରକୁ ଆସି ଫେରିଲେ ନାହିଁ  | ସ୍ତାନୀୟ ଡେରିକି ବଜାର ରେ ଥିବା ସିସିଟିଭି ଫୁଟେଜ ରୁ ପ୍ରଶାନ୍ତ ଚିକୁ ସହ ଏକ ମୋଟର ସାଇକେଲରେ ବସି ଯାଇଥିବା ପ୍ରମାଣ ମିଳିଲା ପରେ ପୋଲିସ ସେତେଟା ତତ୍ପରତା ଦେଖାଉନଥିବା ପ୍ରଶାନ୍ତ ଙ୍କ ପରିବାର ଅଭିଯୋଗ କରିଛନ୍ତି । ଚିକୁ କୁ କାହିଁକି ଧରୁନି ପୋଲିସ ? ସିସିଟିଭି ଫୁଟେଜ ପରେବି କାହିଁକ ଚୁପ୍‌ ବସିଛି ପୋଲିସ? ପୁଅ କୁ ନପାଇ ଘରେ ଏବେ କାନ୍ଦ ବୋବାଳି ଚାଲିଛି  । ଆଉ ଏପଟେ ନାଉଗାଁ କେବଳ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛି ପୋଲିସ।

ପ୍ରଶାନ୍ତ ନିଖୋଜ ଘଟଣା ଏବେ ପରିବାର ପାଇଁ ଏକ ଅଛିଣ୍ଡା ଅଙ୍କ ହୋଇଯାଇଥିବା ବେଳେ ପୋଲିସ କରୁଛି କଣ ତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁବ୍ରତ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *