ନବଙ୍କ ପରେ କାହାର ପଡ଼ିପାରେ ପାଳି

Spread the love

() ନବ ଦାସ ହତ୍ୟାକାଣ୍ଡକୁ ଯେତିକି ଦିନ ଗଡୁଛି ବିବାଦ ସେତିକି ବଢିବାରେ ଲାଗିଛି । ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତଦନ୍ତ ପ୍ରକ୍ରିୟା କେବଳ ଗୋପାଳ ଉପରେ କେନ୍ଦ୍ରୀଭୁତ ହୋଇଥିବାରୁ ଏହା ଦିଗହରା ହେଉଥିବା ସେ କହିଛନ୍ତି । ଏପଟେ ନବଙ୍କ ହତ୍ୟାକାଣ୍ଡ ପରେ ବିଜେଡି ଦଳ ଭିତରେ ମୁଁହ ଖୋଲୁଥିବା ବରିଷ୍ଠ ନେତାଙ୍କୁ ସତର୍କ କରାଇଛି କଂଗ୍ରେସ । ସେହିପରି ବିଜେପି ପୁଣିଥରେ ସିବିଆଇ ତଦନ୍ତ କଥା ଦୋହରାଇଛି । ସେପଟେ ଏହାର ଜବାବ ରଖିଛି ଶାସକ ଦଳ ।

ଗୋପାଳ ଭିତରେ ସିମୀତ ରହିଛି ତଦନ୍ତ । ବ୍ୟବସାୟିକ, ରାଜନୈତିକ ଉଦ୍ଦେଶ୍ୟ ଆଡକୁ ଏଯାଏଁ ଯାଇନି କ୍ରାଇମବ୍ରାଞ୍ଚ। ନବଙ୍କ ପରେ କାହାର ପଡ଼ିପାରେ ପାଳି। କଂଗ୍ରେସ ଦ୍ୱିତୀୟ ଓ ତୃତୀୟ ଧାଡ଼ିର କୁହାଳିଆ ନେତାଙ୍କୁ ସତର୍କ କରାଇଛନ୍ତି ଚେଲ୍ଲା କୁମାର। ମର୍ଡର ଯୋଜନାବଦ୍ଧ କହିଲେ ବିଜୟ ମହାପାତ୍ର । ସେପଟେ ଆଇନଶୃଙ୍ଖଳାକୁ ନେଇ ବିଜେପିର ଆଇନ ଅମାନ୍ୟ ବେଳେ ରାଜ୍ୟ ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧି । ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ପିଛା ଛାଡୁନି ବିବାଦ । ଅଭିଯୋଗର ଲମ୍ୱା ତାଲିକା ଧରି ପୁଣି ଥରେ ରାଜ୍ୟ ସରକାରଙ୍କୁ ଷଣ୍ଢୁଆସି ଆକ୍ରମଣ ଜାରି ରଖିଛନ୍ତି ବିରୋଧି । ତଦନ୍ତ କେବଳ ଗୋପାଳ ଉପରେ କେନ୍ଦ୍ରୀଭୂତ ହେଉଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଏମିତି ତଦନ୍ତ ହେଲେ ସତ୍ୟ ବାହାରକୁ ଆସିବା ଅସମ୍ଭବ। କାହିଁକି ଗୋପାଳ ମାରିଲା ତାର ତଦନ୍ତ ହେଉ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମଡ଼ର୍ର କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜୟ । ସେପଟେ ନବ ଦାସଙ୍କ ପରେ ଆଉ କାହା ପାଳି କହି ଅନ୍ୟ ନେତାଙ୍କୁ ଚେତାଇଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ତେଣୁ ବିଜେଡି ଦଳ ଭିତରେ ମୁହଁ ଖୋଲୁଥିବା ନେତା ସତର୍କ ହୋଇଯାଆନ୍ତୁ ବୋଲି କହିଛନ୍ତି। ସେପଟେ ବିଜେପି କହିଛି ହତ୍ୟା ପଛରେ ରହିଛି ବଡ଼ ରହସ୍ୟ । ନବୀନଙ୍କ ଅଵର୍ତମାନରେ ଯେଉଁମାନେ କ୍ଷମତାରେ ରହିବାକୁ ଚାହୁଁଛନ୍ତି ସେମାନେ ଏହି ହତ୍ୟା କରିଛନ୍ତି । ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଅଧିକାରୀ ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଛନ୍ତି କହି ସରକାରଙ୍କୁ ଟାର୍ଗେଟ କରିଛି ଦଳ ।

ସେପଟେ ଅଭିଯୋଗର କଡା ଜବାବ ରଖିଛି ଶାସକ ଦଳ । ମନ୍ତ୍ରୀଙ୍କ ହତ୍ୟାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଏହାସହ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ତେଣୁ ତଦନ୍ତ ନ ସରିବା ଯାଏଁ ରାଜନୀତି ନ କରିବାକୁ ବିରୋଧିଙ୍କୁ କହିଛି ବିଜେଡି ।

ରାଜ୍ୟରେ ନବ ଦାସ ହତ୍ୟାକାଣ୍ଡକୁ ନେଇ ୩ ଦିନିଆ ଆନ୍ଦୋଳନ ଜାରି ରଖିଛି ବିଜେପି । ଏମିତି କି ଆସନ୍ତା ବଜେଟ ଅଧିବେଶନରେ ମଧ୍ୟ ବିରୋଧି ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ଫୁଲ ଦମରେ ପ୍ରସ୍ତୁତ। ଏଭିଳି ସ୍ଥିତିରେ ମନ୍ତ୍ରୀ ହତ୍ୟା, ତାର ତଦନ୍ତ ପ୍ରକ୍ରିୟା ଓ ରାଜ୍ୟ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ଅକଳରେ ରାଜ୍ୟ ସରକାର ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *