ରତ୍ନ ଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି କାହିଁକି – କଂଗ୍ରେସ

Spread the love

ଭୁବନେଶ୍ୱର : ରତ୍ନ ଭଣ୍ଡାର ଖୋଲିବାକୁ ଯଦି ସମସ୍ତେ ଚାହୁଁଛନ୍ତି ତେବେ ତାକୁ ଖୋଲିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ଗଜପତି ମହାରାଜ ଚାଁହୁଛନ୍ତି, ଶଙ୍କରାଚାର୍ଯ୍ୟ ଚାଁହୁଛନ୍ତି ଓ଼ ସେବାୟତ ଚାଁହୁଛନ୍ତି ତେବେ ସରକାର ରାଜି ହେବା କଥା । ହେଲେ ଚାବି ହଜିବା ବାହାନା କରି ସରକାର ଚୁପ ବସିଛନ୍ତି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଟିକେଟ ଓ଼ ମନ୍ତ୍ରୀ ପଦ ଭୟରେ 5ଟି ସଚିବଙ୍କୁ ସମର୍ଥନ କରୁଛନ୍ତି ବିଜେଡି ବିଧାୟକ । 5ଟି କାର୍ଯ୍ୟକ୍ରମକୁ ଓଡିଶା ବାସୀ କେବେ ଗ୍ରହଣ କରିବେ ନାହିଁ ।

ଅଫିସର ମାନେ ଗାଇଡଲାଇନ ମାନଙ୍କୁ ନହେଲେ ଚାକିରୀରୁ ଇସ୍ତଫା ଦେଇ ରାଜନୀତି କରନ୍ତୁ । ଯଦି ସବୁ ଜାଗାକୁ ସିଏମଓ଼ ଅଫିସ ଯାଉଛି ସେଠାକାର ଜିଲ୍ଲାପାଳ ଓ଼ ଉପଜିଲ୍ଲାପାଳ କଣ କରୁଛନ୍ତି ବୋଲି ସେ କହିଛନ୍ତି ।

ଆମେ ସବୁ ଜାଗା ରେ ଶାନ୍ତି ପୂର୍ଣ୍ଣ ଭାବେ ବିରୋଧ କରୁଛୁ । ଉଭୟ କେନ୍ଦ୍ର ଓ଼ ରାଜ୍ୟ ସରକାର ଙ୍କ ବିଫଳତା ନେଇ ବୁଥ ସ୍ତରରେ ଟ୍ରେନିଂ କ୍ୟାମ୍ପ ହେବ ବୋଲି ସେ ସୂଚନା ଦେଇଛନ୍ତି । ବୁଥ ସଭାପତି ମାନେ ଲୋକଙ୍କ ଘରେ ଲିଫ ପ୍ଲେଟ ବାଣ୍ଟି ସରକାର ଙ୍କ ବିଫଳତା ବୁଝାଇବେ ବୋଲି ସେ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *