ବଜ୍ରାଘାତରେ ୧୩ ମହିଳା ଆହତ, ତିନି ଗୁରୁତର

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନନ୍ଦପୁରା ପଞ୍ଚାୟତର ନନ୍ଦପୁରା ଗ୍ରାମରେ ବଜ୍ରପାତ। ବଜ୍ରାଘାତରେ ୧୩ଜଣ ମହିଳା ଆହତ ହୋଇଛନ୍ତି । ଧାନ ବିଲରେ ପ୍ରାୟ ୧୫ ଜଣ ମହିଳା ଧାନ ରୁଆ କରିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା । ଫଳରେ ମୋଟ ୧୩ ଜଣ ମହିଳା ଆହତ ହୋଇଥିଲେ । ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଆସି ଗ୍ରାମରେ ଖବର ଦେବା ପରେ ଗ୍ରାମବାସୀ ଯାଇ ସମସ୍ତଙ୍କୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ଆହତ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସାମାନ୍ୟ ଠିକ୍ ରହିଥିବା ବେଳେ ୩ ଜଣ ଗୁରୁତର ରହିଛନ୍ତି। ବର୍ତ୍ତମାନ ସମସ୍ତେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *