ଆଜି ବାଙ୍କୀ ସୁବର୍ଣ୍ଣପୁର ସେତୁ ନିକଟ ମହାନଦୀ ପାଣିରେ ୩ ଜଣିଆ ଜଙ୍ଗଲୀ ହାତୀପଲଙ୍କ ଜଳକ୍ରୀଡା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ ଜଳକ୍ରୀଡା କରିବା ପରେ ମହାନଦୀର ସ୍ରୋତ ଓ ଗଭୀର ପାଣିକୁ ଦେଖି ହାତୀମାନେ ପୁନଃ ନିକଟ ଆଠଗଡର ଶୁକାସନ ଜଙ୍ଗଲକୁ ଚାଲି ଯାଇଥିବା ସମ୍ପର୍କରେ ଡମପଡା ରେଞ୍ଜର ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ଜଙ୍ଗଲୀ ହାତୀପଲ ଆଠଗଡର ଶୁକାସନ ଜଙ୍ଗଲରୁ ବାଙ୍କୀ ଡମପଡା ଚନ୍ଦକା ଅଭୟାରଣ୍ୟରୁ ଯିବା ପାଇଁ ସୁବର୍ଣ୍ଣପୁର ଗାଁ ନିକଟ ମହାନଦୀ ତୁଠରୁ ନଦୀ ପାର ହେବା ନିମନ୍ତେ ଉଦ୍ୟମ କରିଥିଲେ, ନଦୀ ପାଣିରେ ସ୍ରୋତ ଓ ଗଭୀରତା କାରଣରୁ ସେମାନେ ଆଉ ଯାଇ ପାରିନଥିଲେ । ସକାଳ ହୋଇଯାଇଥିବାରୁ ହାତୀମାନଙ୍କୁ ଦେଖିବା ପାଇଁ ଜନସମାଗମ ହୋଇଥିଲା । ହୋହାଲା ଶୁଣି ପୁଣି ହାତୀମାନେ ଆଠଗଡର ଶୁକାସନ ଜଙ୍ଗଲକୁ ଚାଲିଯାଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now