ସାଇବର ଜାଲରେ ଯୁବକ

Spread the love

ଉମରକୋଟ: ଅଚିହ୍ନା ନମ୍ବରରୁ ୱାଟ୍ସଅପ ଭିଡ଼ିଓ କଲ ଉଠାଇ ସାଇବର କ୍ରିମିନାଲ ଜାଲ ରେ ଫସିଗଲେ ଯୁବକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । 

ସାଇବର ଅପରାଧୀ ଜାଲରେ ଫସିଲେ ଯୁବକ। ଦୁଇ ଦିନ ତଳେ ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗାଁର ହର୍କେସ ଯାଦବଙ୍କୁ ଏକ ଅଜଣା ଓ୍ୱାଟଅସପ ନମ୍ୱରରୁ ଭଏଲ କଲ୍ ଆସିଥିଲା। ଆଉ କଲ୍ ରିସିଭ୍ ପରେ ସେପଟୁ ହର୍କେସଙ୍କ ଫଟୋ, ପ୍ୟାନ କାର୍ଡ, ଆଧାର କାର୍ଡ ତଥ୍ୟ ସମେତ ତାଙ୍କ ମୋବାଇଲରେ ଥିବା ସବୁ ନମ୍ୱର ଦୁର୍ବୃତ୍ତଙ୍କ ପାଖରେ ଅଛି କହି ୫ ହଜାର ଟଙ୍କା ଦାବି କରିଥିଲେ। ୫ ହଜାର ଦିଅ, ନଚେତ ହର୍କେସଙ୍କର ଉଲଗ୍ନ ଫଟୋକୁ ଭାଇରାଲ କରିବାକୁ ଧମକ ଦେଇଥିଲେ।  କିନ୍ତୁ ଏଥିରେ ଅରାଜି ଥିବା ହର୍କେସଙ୍କୁ ପୁଣି ବ୍ଲାକମେଲିଂ ଲାଗି ନୂଆ ଉପାୟ ପାଞ୍ଚିଲା ସାଇବର ଅପରାଧୀ। ହର୍କେସ ଙ୍କ ମୋବାଇଲରେ ଥିବା ସମସ୍ତ ଓ୍ୱାଟସଅପ କଣ୍ଟାକ୍ଟକୁ ହର୍କେସଙ୍କ ଚେହେରାକୁ ଏଡିଟ୍ କରି ଟଙ୍କା ଧାର ନେଇଛି ବୋଲି ଉଲଗ୍ନ ଫଟୋ ଓ ବାର୍ତ୍ତା ପଠାଇଦେଲା ଅପରାଧୀ। କୁଆଡେ ଅପରାଧୀଠୁ ଧାର ନେଲା ବେଳେ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କ ରେଫେରେନ୍ସ ଦେଇଥିଲା କହି ହଜାରେ ଟଙ୍କାରୁ ଦଶ ହଜାର ଯାଏ ମାଗିଥିଲା ଅପରାଧୀ।

ଯେଉଁ ବ୍ୟକ୍ତିର ୱାଟସଅପ ନମ୍ୱର ନାହିଁ, ସେମାନଙ୍କୁ ଫୋନରେ ଧମକ ଚମକ ଦେଇ ଟଙ୍କା ମାଗିଥିଲା ସାଇବର ଅପରାଧୀ। ଏପରିକି ଉକ୍ତ ସାଇବର ଠକ୍ ହରକେସ ଙ୍କ ସମସ୍ତ ପରିବାରକୁ  ବି ଏଡିଟେଡ୍ ନଗ୍ନ ଫୋଟ ପଠାଇଥିବା ହର୍କେଶ କହିଛନ୍ତି। ଶେଷରେ ନିରୁପାୟ ହେଇ  ଉମରକୋଟ ଥାନା ରେ ଏତଲା ଦେଇଛନ୍ତି ହର୍କେଶ । ଉମରକୋଟ ଥାନାଧିକାରୀ ଏହାର ତଦନ୍ତ କରୁଛନ୍ତି ଓ ଫୋନ୍ ଆସୁଥିବା ନମ୍ୱରକୁ ବି ସାଇବର ସେଲକୁ ପଠାଯାଇଛି ବୋଲି କହିଛନ୍ତି ଉମରକୋଟ ଏସଡିପିଓ।

ସଞ୍ଜିତ ବିଶ୍ୱାସଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *