ରାଜନୀତି

ବାଲେଶ୍ୱର ବିଜେଡି ସଭାପତିଙ୍କ ଇସ୍ତଫା ଚର୍ଚାକୁ ଅସ୍ୱୀକାର କଲେ ପ୍ରଭାରୀ ପ୍ରତାପ ଦେବ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ପ୍ରଭାରୀ ତଥା ରାଜ୍ୟର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଜିଲ୍ଲା ବିଜେଡିର ସଭାପତି ପଦରୁ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଜିଲ୍ଲା ଦଳୀୟ ସଂଗଠନରେ ଗୋଷ୍ଠି କନ୍ଦଳକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି ।

ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ମୁଁ ବାଲେଶ୍ଵରର ପର୍ଯ୍ୟବେକ୍ଷକ ଅଛି ମୋ ପାଖରେ ସେଭଳି କିଛି ଖବର ନାହିଁ । ବାଲେଶ୍ଵରରେ ଦଳୀୟ ସଂଗଠନ ଠିକ ନାହିଁ ବୋଲି ଚର୍ଚ୍ଚା ହେଉଛି ବୋଲି ପ୍ରଶ୍ନ ରେ ଉତ୍ତର ଚର୍ଚ୍ଚା ତ ଅନେକ ହେଉଛି ତା ବୋଲି ଦଳ କେଉଁଠି କୁ ପଳେଇ ଯିବ କି ସଂଗଠନ କୁଆଡ଼େ ଉଭା ହେଇଯିବ । ବର୍ଷେ ତଳେ ପଂଚାୟତ ନିର୍ବାଚନ ହୋଇଥିଲା ଫଳାଫଳ ଆପଣଙ୍କ ସାମ୍ନା ରେ ଅଛି । ତେଣୁ ଏହି ଚର୍ଚ୍ଚା ଆଲୋଚନା ର କୌଣସି ଗୁରୁତ୍ୱ ନାହିଁ । ଜିଲ୍ଲା ସଂଗଠନ ରେ ଇନଫାଇଟ ଚର୍ଚ୍ଚା କେବଳ ଗଣ ମାଧମରେ ହେଉଛି। ଗଣତନ୍ତ୍ରରେ ମତ ଦୁଇମତ ସବୁବେଳେ ଥାଏ ରହିବ । ଏଇଟା ଏକଛତ୍ର ବାଦ ନୁହେଁ ଯିଏ ଯାହା ଜଣେ ନିଷ୍ପତ୍ତି ନେବ ତାହା ଫାଇନାଲ । ଯଦି କୌଣସି ଗୋଟେ ମତ ପାର୍ଥକ୍ୟ କୁ ଦେଖି କହିବେ ଏଠି ସଂଗଠନ ଭୁଶୁଡ଼ି ଗଲା ତାହା ଠିକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।

ବିଜେଡି ବିଧାୟକ ବିଜେପି ଲିଙ୍କ ରେ ଥିବା ଦଳର ସଭାପତି ମନ ମୋହନ ସାମଲ କହିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଦେବ କହିଛନ୍ତି ଯେ ତାଙ୍କ ବିଧାୟକ ଆମ ଲିଙ୍କ ରେ ଅଛନ୍ତି । ଆମ ବିଧାୟକ ତାଙ୍କ ଲିଙ୍କ ରେ ଅଛନ୍ତି । ସେଇଟା ରାଜନୀତି ରେ ସ୍ବଭାବିକ ପ୍ରକ୍ରିୟା । ନିର୍ବାଚନ ଯେତେ ପାଖେଇ ଆସିବ ସେମିତି ବିଭିନ୍ନ ଚର୍ଚ୍ଚା ଆଲୋଚନା ହେବ ।

Related Articles

Leave a Reply

Your email address will not be published.

Back to top button