ମୋଦି ସରକାରଙ୍କ ସଫଳତାକୁ ନେଇ ବ୍ୟାପକ ଜନସଂପର୍କ କରିବ ଯୁବମୋର୍ଚ୍ଚା : ଇରାସିସ୍ ଆଚାର୍ଯ୍ୟ

Spread the love

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଓ ସଫଳତାକୁ ଘରେ ଘରେ ପହଞ୍ଚାଇବାନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ଆଗାମୀ ଦିନରେ ମହାଜନସମ୍ପର୍କ ଅଭିଯାନର ଆୟୋଜନ କରିବ । କେନ୍ଦ୍ରରେ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜେସ୍ୱୀ ସୂର୍ଯ୍ୟା ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା ଆଗାମୀ ଦିନରେ ସବୁ ବିଧାନସଭା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା । ଏହା ସହିତ ଜିଲ୍ଲାସ୍ତରରୁ ନେଇ ବୁଥ୍ ସ୍ତର ପର୍ଯ୍ୟନ୍ତ ଦୀର୍ଘ ୬ଦିନ ବ୍ୟାପୀ ବାଇକ୍ ର୍ୟାଲି କରାଯାଇ ଯୁବ ଭାଇ ଓ ଭଉଣୀମାନେ ରାତ୍ରୀଯାପନ କରି ଲୋକଙ୍କ ସହ ସଂପର୍କ ସ୍ଥାପନ କରି ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ଆଲୋଚନା କରିବେ । ସେହିପରି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବାକୁ ଥିବା ନୂତନ ଭୋଟରଙ୍କ ସହ ସଂପର୍କ ସ୍ଥାପନା କରାଯିବ । ନୂଆ ମତଦାତାଙ୍କୁ ଆଗାମୀ ଦିନରେ ଭାରତ ସରକାରଙ୍କର ବିଭିନ୍ନ ଗବେଷଣା ଓ ପଲିସି ନିର୍ଦ୍ଧାରଣ କାର୍ଯ୍ୟରେ ତାଙ୍କୁ ଭାଗିଦାର କରିବାର ଯୋଜନା ରହିଛି । ଅନଲାଇନ୍ କୁଇଜ୍ ପ୍ରତିଯୋଗିତାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଜୁନ୍ ମାସ ୩୦ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟକ୍ରମକୁ ଭାରତୀୟ ଜନତା ଯୁବମୋର୍ଚ୍ଚା ସୂଚାରୁ ରୂପେ ଅନୁଷ୍ଠିତ କରିବ ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ନୀତି ଅନୁସନ୍ଧାନ ଓ ପ୍ରଶିକ୍ଷଣ ରାଜ୍ୟ ସଂଯୋଜକ ରାଣା ପୃଥ୍ୱୀରାଜ ସିଂ, ସୋସିଆଲ୍ ମିଡିଆ ରାଜ୍ୟ ସଂଯୋଜକ ସ୍ମରଜିତ୍ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଳିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *