ଆସନ୍ତାକାଲି ଭୋଟ ଗଣତି: ତ୍ରିସ୍ତରୀୟ ସୁରକ୍ଷା ଭିତରେ ଷ୍ଟ୍ରଙ୍ଗ ରୁମ

Spread the love

() ଆସନ୍ତାକାଲି ଭୋଟ ଗଣତି। ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାଫଳ। କେଉଁଠୁ କାହାକୁ ମୁକୁଟ ପିନ୍ଧାଇବେ ଜନତା ତାହା କାଲି ସ୍ପଷ୍ଟ ହେବ। ଏହା ପୂର୍ବରୁ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ ଓ ଭିଭିପାଟ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ।

ସେହିପରି ଭଦ୍ରକ ଜିଲ୍ଲାପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଗଣତି ହେବାକୁ ଥିବାବେଳେ, ୨ଟି ସ୍ଥାନରେ ଗଣତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଭଦ୍ରକ ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ୪ଟି ବିଧାନସଭା ଆସନ ପାଇଁ ଗଣତି ହେବାକୁ ଥିବାବେଳେ, ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଗୋଟିଏ ଆସନ ପାଇଁ ଗଣତି ହେଵ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସକାଳ ୮ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ୧୪ଟି ଟେବଲରେ ପ୍ରଥମେ ୧୯ରାଉଣ୍ଡରେ ଗଣତି ହୋଇ ୨୬ରାଉଣ୍ଡରେ ଶେଷ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ଫଳାଫଳ ପ୍ରକାଶ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *