ଏଫଏକ୍ୟୁ ମାନରେ କେତେ କୋହଳ କରିହେବ ସେନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଜିଲ୍ଲା ସ୍ତରରେ ଚାଷୀ ଏବଂ ଜିଲ୍ଲାପାଳ ବସି ନିଷ୍ପତ୍ତି କରିବେ। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏଫଏକ୍ୟୁ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରମାଇଜ କରିହେବନି, କାହିଁକି ନା Fci ଚାଉଳ ନେବନି । ପଡି ରହିବ ଏବଂ ନଷ୍ଟ ହେବ। ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ କେତେ କୋହଳ କରିହେବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେଉଁ ମାନଙ୍କର କ୍ଷତି ହେବ ସେମାନେ କ୍ଷତିପୂରଣ ପାଇବେ। ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେ ରିପୋର୍ଟ ଦେବେ। ଏହା ସହ କୁହାଯାଇଛି ଯେତେ କୋହଳ କରି ହେବ କରନ୍ତୁ। ଚାଷୀଙ୍କୁ ଫେରାନ୍ତୁ ନାହିଁ। ଯେତେ ନେଇ ହେବ ନିଅନ୍ତୁ। ପୁରା ନଷ୍ଟ ହେଇଥିଲେ ନେଇ ହେବନି। ଜିଲ୍ଲା ସ୍ତରରେ ଚାଷୀ, ମିଲର, ପ୍ରଶାସନ ବସି ନିଷ୍ପତ୍ତି ନେବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now