ରାଜ୍ୟରେ ସରକାରୀ କାର୍ଯ୍ୟାଳୟରେ ପତ୍ର ବିନିମୟ ଲାଗି ଓଡ଼ିଶା ସରକାର ୨୦୦୯ରୁ ଇ-ଡେସପାଚ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ। ୨୦୧୨ରୁ ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି ବୋଲି ବିଧାନସଭାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଅଗଷ୍ଟ ୨୦୨୪ ସୁଦ୍ଧା ୫ହଜାର୮୩୦ ସରକାରୀ ଅଫିସରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ପ୍ରାୟତଃ ସମସ୍ତ ବିଭାଗ ନିୟମିତ ଭାବେ ଇ-ଡେସପାଚରେ ସେମାନଙ୍କ ଚିଠି ଅପଲୋଡ୍ କରୁଛନ୍ତି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଅନେକ ବିଭାଗ ଇ-ଡେସପାଚ୍ ସିଷ୍ଟମକୁ ଏବେ ସୁଦ୍ଧା ନିୟମିତ ଭାବେ କାର୍ଯ୍ୟକାରୀ କରୁନାହାନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now