କେନ୍ଦ୍ର କେଜରିୱାଲଙ୍କ ବିଦେଶ ଗସ୍ତ ବନ୍ଦ କରିଛି: ଆପ

Spread the love

ନୂଆଦିଲ୍ଲୀ: ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ବ ସମିତିରେ ଯୋଗ ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାନଙ୍କ ଗସ୍ତ ପାଇଁ କ୍ଲିୟରାନ୍ସ ନ ଦେବାକୁ ନେଇ ଆପ କେନ୍ଦ୍ରକୁ  ସମାଲୋଚନା କରିଛି। ରବିବାର ଦିନ ଆପ  ସାଂସଦ ସଞ୍ଜୟ ସିଂହ କହିଛନ୍ତି କି, କେଜରିୱାଲଙ୍କ ଗସ୍ତ ପଥକୁ ଅବରୋଧ କରି ତାଙ୍କ ଅଧିକାର କ୍ଷୁନ୍ନ କରାଯାଇଛି।

ଚଳିତ ମାସ ଶେଷ ଭାଗକୁ ସିଙ୍ଗାପୁର ରେ ଅନୁଷ୍ଠିତ ହେବାକୁ ଯାଉଛି ୱାର୍ଡ ସିଟିଜ ସମିତି। ଏହି ସମିତିରେ କେଜରିୱାଲ ବିଶ୍ବ ସମ୍ମୁଖରେ ଦିଲ୍ଲୀ ମଡେଲକୁ ଉପସ୍ଥାପନ କରିବାକୁ ଯାଉଥିଲେ। ରାୱତ ଆହୁରି କହିଥିଲେ କି, କେନ୍ଦ୍ର ସରକାର କେନ୍ଦ୍ରୀୟ ଟିମ ଇଡି ଓ ସିବିଆଇକୁ ରାଜନୈତିକ ପ୍ରତିବାଦୀଙ୍କ ବିରୋଧରେ ଦୁରୁପଯୋଗ କରୁଛି। ଏହି ଦୁଇ ସଂସ୍ଥାକୁ କେନ୍ଦ୍ର ସତେନ୍ଦ୍ର ଜୈନଙ୍କ ବିରୋଧରେ ଲଗାଯାଇଥିଲା, ଯାହାର ଦୋଷ ସାବ୍ୟସ୍ତ ହାର ମାତ୍ର ୦.୫ ରହିଛି। ଏଥିରୁ ପ୍ରମାଣିତ ଏହି ସଂସ୍ଥା କେବଳ ରାଜନୈତିକ ପ୍ରତିପକ୍ଷକୁ ଆକ୍ରମଣ କରିବାକୁ ବ୍ୟବହାର କରାଯାଉଛି।

Leave a Reply

Your email address will not be published. Required fields are marked *