କୋରେଇରେ ପୁଣି ତେଜିଲା ରାଜନୀତି l ଯେଉଁମାନେ ବିଜେଡି ଛାଡ଼ୁଛନ୍ତି ସେମାନେ ଦଲାଲ ବୋଲି ଖୋଲା ମଞ୍ଚରେ କହିଥିଲେ ବବି । ଯାହାକୁ ନେଇ ତେଜୁଛି ରାଜନୀତି l କୋରେଇ ଦଲାର ମୁକ୍ତ ବୋଲି କହିଥିଲେ ବବି l ଯୁଦ୍ଧ କରିବାକୁ ବିଜେଡି କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ସାଧାରଣ ନିର୍ବାଚନରେ ୭ ଟି ବିଧାନସଭା ଆସନରୁ ବିଜେପି ହାତକୁ ୪ ଟି ଯାଇଥିବା ବେଳେ l ବିଜେଡି ହାତରେ ୩ ଟି ରହିଛି l ପଂଚାୟତ ନିର୍ବାଚନ ପାଇଁ ବଳ ଗୋଟାଉଛି ଦଳ l ଅନେକ ସମୟରେ ବିଜେଡି ଛାଡି ବିଜେପି ରେ ମିଶୁଛନ୍ତି ନେତା ଓ କର୍ମୀ l ଏବେ ବବିଙ୍କ ଦଳାଲ ମୁକ୍ତ ବୟାନର ଜବାବ ରଖି ବିଜେପି ବିଧାୟକ ଅମର ନାୟକ କହିଛନ୍ତି, 2029କୁ ରାଜ୍ୟରେ ବିଜେଡି ପ୍ରତିଷ୍ଠା ଦିବସ ପାଳିବାକୁ କେହି ନଥିବେ।
ପଂଚାୟତ ନିର୍ବାଚନ କୋରେଇ ରେ ବବି ଙ୍କ ନେତୃତ୍ୱ ରେ ଚାଲିଛି ସାଙ୍ଗଠନିକ ସଭା ଓ କର୍ମୀ ସମ୍ମିଳନୀ l ଏପଟେ ଆଗଦାଢ଼ିର ନେତା ଓ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି। ଦଲାଲମୁକ୍ତ କୋରେଇ ମନ୍ତବ୍ୟ ପରେ ଏବେ ମୁହଁ ଖୋଲିଛନ୍ତି ଜହ୍ନା ପଞ୍ଚାୟତର ସରପଞ୍ଚ ସଞ୍ଜୁକ୍ତା ସାହ। ବବିଙ୍କ ମୁହଁରେ ଦଲାଲ ଶବ୍ଦ ଶୋଭା ପାଉନି ବୋଲି ସେ କହିଛନ୍ତି। ଏପରିକି ସେ ଦେଇଥିବା କୌଣସି ପ୍ରତିଶ୍ରୃତି ରକ୍ଷା କରିନାହାନ୍ତି। ପଞ୍ଚାୟତର ବିକାଶ ପାଇଁ ସେ ବିଜେଡ଼ି ଛାଡି ବିଜେପିରେ ମିଶିଥିବା ସଂଜୁକ୍ତା କହିଛନ୍ତି। ଅନ୍ୟପଟେ କୋରେଇରେ ବିଜେଡି ନେତା କିଏ ? ଓ ଆଗକୁ ସମସ୍ତ ପଂଚାୟତ ଓ ମ୍ୟୁନିସିପାଲିଟି ମଧ୍ୟ୍ୟ ବିଜେପି ଦଖଲ କରିବ ବୋଲି ବ୍ୟାସନଗର ବିଜେପି ମଣ୍ଡଳ ସଭାପତି କହିଛନ୍ତି l ବବିଙ୍କ ଭାଷଣକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ନାପସନ୍ଦ କରିଥିବା ବେଳେ କୋରେଇବାସୀ କହିଲେଣି ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ବବି।
ବବିଙ୍କ ଭାଷଣକୁ ନେଇ କେଉଁଠି ଆଲୋଚନା ତ କେଉଁଠି ସମାଲୋଚନା । ସାଧାରଣ ନିର୍ବାଚନ ପରେ ବବିଙ୍କ କ୍ଷମତା ଯିବା ପରେ ଏବେ ଆକ୍ରୋଶମୂଳକ ହୋଇଥିବା ଚର୍ଚ୍ଚା ହେଉଛି। ପଂଚାୟତ ନିର୍ବାଚନରେ ବବି କିଭଳି ଗଡ଼ ରକ୍ଷା କାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now